ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବନ୍ୟା ମୁକାବିଲା: ଆଜି ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିପର୍ଯ୍ଯୟ ମୁକବିଲାରେ ସବୁବେଳ ଆଗରେ ରହିଥାନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ମୁକାବିଲା ଲାଗି ଆଜି ଦିନ ୧୧ଟାରେ ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ବନ୍ୟାର ସ୍ଥିତି, ପ୍ରଶାସନର ପଦକ୍ଷେପ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ମହାନଦୀ ଫୁଲୁଥିବା ବେଳେ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବନ୍ୟା ଅବସ୍ଥା ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରିଛି, ରିଲିଫ କାର୍ଯ୍ଯ ଆଦି ସମ୍ପର୍କରେ ବୈଠକରେ ସମୀକ୍ଷା ହେବ । ଏହି ବୈଠକରେ ବହୁ ବରିଷ୍ଠ ପଦାଧିକାରୀ ଯୋଗଦେବେ । ବନ୍ୟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାିଛି । ପୁରୀ ଜିଲ୍ଲାର ଭାର୍ଗବୀ, ଲୁଣା, ଦୟା ଓ ଦେବୀ ନଦୀରେ ବନ୍ୟା ଆଶଙ୍କା ରହିଛି ।

Leave A Reply

Your email address will not be published.