ରାଜ୍ୟସ୍ତରୀୟ ଆଦିବାସୀ ମେଳା -୨୦୨୩ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଉଦଘାଟିତ ହେଲା ‘ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଏହି ମେଳାକୁ ଉଦଘାଟନ କରିଛନ୍ତି। ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ଷ୍ଟଲ୍ ବୁଲି ଆଦିବାସୀ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଦେଖିଥିଲେ । ଆଜିଠାରୁ ୟୁନିଟ୍-୧ ଆଦିବାସୀ ପଡ଼ିଆରେ ଏହି ମେଳା ଆରମ୍ଭ ହୋଇ ୧୫ ଦିନ ଧରି ଚାଲିବ। ଆଦିବାସୀ ଗ୍ରାମ, ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ରହିଛି।
ତେବେ ଚଳିତ ଥର ୧୦ଟି ଆଦିବାସୀ ଗ୍ରାମ ସମେତ ୧୨୧ଟି ଷ୍ଟଲରେ ଜନଜାତିମାନେ ସେମାନଙ୍କ କଳାସାମଗ୍ରୀ, ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମେଳା ପରିସରରେ ରହିଥିବା ସାଂସ୍କୃତିକ ମଞ୍ଚରେ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ୩୦ ପର୍ଯ୍ଯନ୍ତ ବିଭିନ୍ନ ସାଂସ୍କୃତି କାର୍ଯ୍ଯକ୍ରମ ପରିବେଷଣ କରାଯିବ। ଅପରାହ୍ଣ ୨ଟା୩୦ରୁ ରାତି ୯ଟା ଯାଏ ପ୍ରଦର୍ଶନୀ ଖୋଲା ରହିବ।