ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମୁକାବିଲା ପାଇଁ ବଲାଙ୍ଗିରକୁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ଭୟଙ୍କର ସ୍ଥିତି ରହିଛି। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋଭିଡ୍ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦୁଇ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନାଯୋଗ୍ୟ ଯେ, କୋଭିଡର ପ୍ରଥମ ଲହରରେ ଗତବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ୧୨ କୋଟି ଟଙ୍କା ମଞ୍ଜୁର କରିଥିଲେ ।

ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୧୬ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪ ହଜାର ୩୧୬ ଜଣ ଆକ୍ରାନ୍ତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ଜିଲ୍ଲାରେ ୨୫୭୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ୫୪ ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି ।

ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍ ହସ୍ପିଟାଲ୍ ସହ ୪ଟି କୋଭିଡ୍ କେୟାର ସେଣ୍ଟର ରହିଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ୪୦ଟି ବେଡ୍ ସହ ୫୦ଟି ଆଇସିୟୁ ବେଡ୍ ରହିଛି । ସେହିଭଳି କିସ୍ କ୍ୟାମ୍ପସରେ ୮୦ଟି ବେଡ୍ ସହ ୨୦ଟି ଆଇସିୟୁ ବେଡ୍ ରହିଛି । ତା’ଛଡ଼ା ଟିଟିଲାଗଡ଼ ସିସିସିରେ ୧୩୦ଟି ବେଡ୍ ଥିବାବେଳେ କଣ୍ଟାବାଞ୍ଜି ଓ ବଲାଙ୍ଗିର ସରକାରୀ ପଲିଟେକନିକରେ ୧୫୦ଟି ଲେଖାଏଁ ଶଯ୍ୟା ରହିଛି ।

Leave A Reply

Your email address will not be published.