ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ହେବ ଆଲୋଚନା

ଭୁବନେଶ୍ୱର: ସିଲିକନ ସିଟିରୁ ଆସିବ ପୁଞ୍ଜି। ଆଜି ବେଙ୍ଗାଲୁରୁ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ନିବେଶକାରୀଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଏକ ରୋଡ ସୋ’ର କାର୍ଯ୍ଯକ୍ରମ ମଧ୍ୟ ରହିଛି । ସେଠାକାର ଚାମ୍ବର୍ସ ଅଫ କମର୍ସ ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କ ସହ ହେବ ଆଲୋଚନା । ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ଓଡ଼ିଶା ହେବାକୁ ଯାଉଥିବାରୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ଯକ୍ରମରେ ସାମିଲ ଲାଗି ନିମନ୍ତ୍ରଣ କରିବେ । ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉକୃଷ୍ଟ ସ୍ଥାନ ବୋଲି ଶିଳ୍ପପତିଙ୍କୁ ବୁଝାଇବା ନବୀନ ଓ କୋ ଟିମ୍ ।

ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର କେଉଁ ସୁବିଧା ଯୋଗାଇବେ ତାହା ବି ବୁଝାଇବେ । ସିଙ୍ଗଲ ୱିଣ୍ଡୋ ଜରିଆରେ ଜମି, ବିଦ୍ୟୁତ, ଜଳ ଯୋଗାଣ ସୁବିଧା ମଧ୍ୟ ଜଣାଇବେ । ଶିଳ୍ପାୟନ ବଢାଇବା ପାଇଁ ୨୦୧୬ରୁ ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ ଆରମ୍ଭ କରିଛନ୍ତି । ପ୍ରତି ୨ ବର୍ଷରେ ଥରେ ଏହି କାର୍ୟ୍ୟକ୍ରମ କରୁଛନ୍ତି ସରକାର । ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କାର୍ଯ୍ଯକ୍ରମ।

Leave A Reply

Your email address will not be published.