ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଦେଶ ଗସ୍ତ ସାରି ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ, ରୋମରୁ ଦୁବାଇ ସବୁଠି ଥିଲା ନବୀନଙ୍କ କ୍ରେଜ….

ଭୁବନେଶ୍ବର: ୧୦ ଦିନିଆ ବିଦେଶ ଗସ୍ତ ସାରି ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ଭିତରେ ଯେତିକି ଚର୍ଚ୍ଚା, ଦେଶ ବାହାରେ ବି ସେତିକି ଆଲୋଚନା । ରୋମରୁ ଦୁବାଇ ସବୁଠି ଥିଲା ନବୀନଙ୍କ କ୍ରେଜ । ବିଗତ ୨୨ ବର୍ଷରେ ଓଡ଼ିଶାରେ ହୋଇଥିବା ସାମଗ୍ରିକ ବିକାଶର ଚିତ୍ର ବିଶ୍ବ ଆଗରେ ରଖିଥିଲେ ନବୀନ । ସୃଷ୍ଟି କରିଥିଲେ ଓଡ଼ିଶାର ନୂଆ ପରିଚୟ । ସାରା ଦୁନିଆ ଜାଣିଲା ଓଡ଼ିଶାର ରୁପାନ୍ତରଣର କଳା କୌଶଳ । ଦୁବାଇ ମେକ୍ ଇନ୍ ଓଡ଼ିଶାକୁ ବି ମିଳିଛି ସଫଳତା । ୟୁରୋପରୁ ୟୁଏଇ ଯାଏଁ, ସବୁଠି ଶୁଭୁଥିଲା ନବୀନ, ନବୀନ । ଶହ ଶହ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଥିଲେ ।

ନବୀନଙ୍କ ବିଦେଶ ଗସ୍ତ ପାଇଁ ପୂରା ଦୁନିଆରେ ଓଡ଼ିଶା ଚର୍ଚ୍ଚା । ବିଶ୍ବ ଖାଦ୍ୟ କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଥିଲେ ଓଡ଼ିଶାର ପରିବର୍ତ୍ତନର ଚିତ୍ର। ବିଗତ ୨୨ ବର୍ଷରେ ଓଡ଼ିଶାରେ ଆସିଥିବା ଟ୍ରାନ୍ସଫର୍ମେସନର କଳା କୌଶଳ କହିଥିଲେ ନବୀନ। ଫୋକସରେ ଥିଲା ଖାଦ୍ୟ ନିରାପତ୍ତା ଓ ବିପପ୍ଯ୍ଯୟ ପରିଚାଳନା । ଉଭୟ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ନେଇ ସବୁଠି ଚର୍ଚ୍ଚା । ଏହାସହ ଶିକ୍ଷା, ସ୍ବାସ୍ଥ୍ୟ ଓ ମହିଳା ସଶକ୍ତୀକରଣରେ ଦ୍ରୁତ ଅଗ୍ରଗତି, ସ୍କୁଲ ରୂପାନ୍ତରଣର ଫର୍ମୁଲା, ବିଏସକେଓ୍ବାଇର ଉପାଦେୟତା ବଖାଣିଥିଲେ ନବୀନ ।

ରୋମ୍ ପରେ ଦୁବାଇରେ ମେକ୍ ଇନ୍ ଓଡ଼ିଶା ଥିଲା ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରମୁଖ ଆକର୍ଷଣ । ୨୧ହଜାର କୋଟି ପୁଞ୍ଜି ନିବେଶର ପ୍ରତିଶ୍ରୁତି ମିଳିଥିବା ବେଳେ ବାହାର ଦେଶରେ ଓଡ଼ିଶାର ଦକ୍ଷତା ଓ ସମ୍ବଳର ଅସଲ ଚିତ୍ର ପ୍ରଦର୍ଶିତ କରିବାରେ ସକ୍ଷମ ହୋଇଛି ଟିମ୍ ଓଡ଼ିଶା ।

ୟୁରୋପରୁ ୟୁଏଇ, ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ବେଳେ ପ୍ରବାସୀ ଓଡ଼ିଆଙ୍କ ମନରେ ଥିଲା ଅନେକ ଉତ୍ସାହ । ନବୀନଙ୍କ ପାଇଁ ବ୍ରିଟେନରୁ ଇଟାଲୀ, ଲଣ୍ଡନରୁ ଦୁବାଇ, ଆବୁଧାବିରୁ ସାରଜା ସବୁଠି ଦେଖିବାକୁ ମିଳିଥିଲା କ୍ରେଜ । ଭାଟିକାନରେ ପୋପଙ୍କୁ ସାକ୍ଷାତ ସହ ଆବୁଧାବିରେ ମସଜିଦ୍ ପରିଦର୍ଶନ, ସବୁଠି ନବୀନ ଛାଡ଼ିଛନ୍ତି ସ୍ବତନ୍ତ୍ର ଛାପ । ପ୍ରବାସୀ ଓଡ଼ିଆଙ୍କ ସହ ଭାବ ବିନିମୟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ । ବାହାର ମାଟିରେ ଓଡ଼ିଆଙ୍କ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଯେତିକି ଗର୍ବିତ, ସେମାନଙ୍କ ସଂଘର୍ଷର କାହାଣୀ ଶୁଣି ସେତିକି ଭାବ ବିହ୍ବଳ । ରାଜ୍ୟର ବିକାଶରେ ସମସ୍ତଙ୍କ ସହଭାଗିତା ଓ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ୟୁଏଇରେ ରହୁଥିବା ଓଡ଼ିଆଙ୍କ ଦୀର୍ଘ ଦିନର ଦାବି ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି । ଦୁବାଇରୁ ଭୁବନେଶ୍ବର ସିଧା ବିମାନ ଚଳାଚଳ ଘୋଷଣା କରିଥିବାରୁ ପ୍ରବାସୀ ଓଡ଼ିଆମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚି ସେଇଠୁ ଭୁବନେଶ୍ବର ଆସିବେ । ଆସନ୍ତାକାଲି ପ୍ରଭୁ ଜଗନ୍ନାଥଙ୍କ ପ୍ରସିଦ୍ଧ ଘୋଷଯାତ୍ରାରେ ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ଯକ୍ରମ ରହିଛି ।

Leave A Reply

Your email address will not be published.