ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ସାଙ୍ଗକୁ ବାତ୍ୟା ପରିସ୍ଥିତି ନେଇ ଦେଇପାରନ୍ତି ବାର୍ତ୍ତା । ଦୃଢ଼ତାର ସହ କଠିନ ପରିସ୍ଥିତିର ମୁକାବିଲା ନେଇ ସମ୍ବୋଧନ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ବର୍ଷ ମଧ୍ୟ କରୋନା କାଳରେ ବାତ୍ୟା ଆସିଥିଲା । ଯାହାର ସଫଳ ମୁକାବିଲା କରିଥିଲେ ରାଜ୍ୟ ସରକାର ।

ଚଳିତ ଥର ମଧ୍ୟ ସମାନ ପରିସ୍ଥିତି ଉପୁଜିଥିବା ବେଳେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଯଥେଷ୍ଟ ଆଶଙ୍କା ରହିଛି । ଏଭଳି ସମୟରେ ପରିସ୍ଥିତିର ମୁକାବିଲା ନେଇ ଲୋକଙ୍କ ସହଯୋଗର ଯଥେଷ୍ଟ ଆବଶ୍ୟକତା ରହିଛି । ଏଣୁ ଆଜି ଅପରାହ୍ଣରେ ଏହି ପରିସ୍ଥିତିର ମୁକାବିଲା ନେଇ ରାଜ୍ୟବାସୀଙ୍କୁ ନିବେଦନ କରିପାରନ୍ତି ।

Leave A Reply

Your email address will not be published.