ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର: ତୃତୀୟ ପର୍ଯ୍ଯାୟରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ରାଶିକୁ ମଞ୍ଜୁର ଦେଇଛନ୍ତି । ଅସହାୟ ଭାବେ ବୁଲୁଥିବା ଗାଈଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଖର୍ଚ୍ଚ ହେବ। ଭୁବନେଶ୍ୱରରେ ଦିନକୁ ୨୦ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪ ମ୍ୟୁନିସିପାଲ କର୍ପୋରୋସନ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ ।

୪୮ଟି ମ୍ୟୁନିସିପାଲିଟି ଦିନକକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୬୧ଟି ଏନଏସି ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ଏବାଦରେ କୋଟିଏ ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କୋଭିଡ ପରିଚାଳନା ପାଇଁ କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି ।

ପୂର୍ବରୁ ସିଏମସିକୁ ୨୬କୋଟି ୭୧ଲକ୍ଷ ୧୯ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଥିଲା । କେବଳ କଟକ ମହାନଗର ନିଗମକୁ ଏଯାଏ ମୋଟ୍ ୪୧କୋଟି ୭୧ ଲକ୍ଷ ୧୯ହଜାର ୧୪୪ ଟଙ୍କା ମିଳିଛି । ରାଜ୍ୟ ସରକାର ପୂର୍ବରୁ ଦୁଇଟି ପର୍ଯ୍ଯାୟରେ ବୁଲା ଗାଇ ଏବଂ କୁକୁରଙ୍କ ଖାଇବା ପାଇଁ ଅର୍ଥ ମଞ୍ଜୁର କରିଥିବାବେଳେ ଆଜି ତୃତୀୟ ପର୍ଯ୍ଯାୟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଚିରୁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର କରିଛନ୍ତି ।

Leave A Reply

Your email address will not be published.