ଶେଷହେଲା ରୂପାନ୍ତରଣ ପର୍ବ: ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ସହ ମା’ ତାରାତାରିଣୀଙ୍କ ଦର୍ଶନ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମା’ ତାରାତାରିଣୀ ପୀଠରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମା’ଙ୍କ ପୀଠରେ ପହଞ୍ଚିବା ପରେ ଉପଢୌକନ ଦେଇ ମୁଖ୍ୟମନ୍ତ୍ରୀକୁ ସ୍ବାଗତ କରିଥିଲେ ସେବାୟତ। ମନ୍ଦିର ବୁଲି ଦେଖିବା ସହ ମା’ ତାରାତାରିଣୀଙ୍କୁ ଦର୍ଶନ କରିଥିଲେ ମୁଖ୍ଯମନ୍ତ୍ରୀ।

ନୂଆ ରୂପ ନେଇଛି ଗଞ୍ଜାମର ତାରାତାରିଣୀ ପୀଠ। ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଶେଷ ପରେ ଏହାର ପ୍ରତିଷ୍ଠା କାର୍ଯ୍ୟ ୧୫ ତାରିଖରୁ ଆରମ୍ଭ ହୋଇଛି। ଗତ ୩ ଦିନ ଧରି ଏହି ପୀଠରେ ଯଜ୍ଞାନୁଷ୍ଠାନ ଚାଲିଥିବାବେଳେ ଏହାର ମୁଖ୍ୟ ପୁରୋଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଥିରେ ଯୋଗ ଦେଇ ପୂର୍ଣ୍ଣାହୁତି ଦେଇଛନ୍ତି। ବଉଳମାଳିଆ ପଥରରେ ଓଡ଼ିଶାର ପ୍ରାଚୀନ ପାରମ୍ପରିକ ଭାସ୍କର୍ଯ୍ୟକୁ ଏଠାରେ ଅତି ସୂକ୍ଷ୍ମ ରୂପ ଦିଆଯାଇ ପରିସ୍ଫୁଟିତ କରାଯାଇଛି। ପୁରୁଣା ମନ୍ଦିର ଚାରିପଟେ ନୂତନ ମନ୍ଦିର ନିର୍ମାଣ ସହ ନୂତନ ବେଢା, ପ୍ରସାଦ ସେବନ ଗୃହ, ପ୍ରସାଦ ପ୍ରସ୍ତୁତି ଗୃହ, ମୁଣ୍ଡନ କକ୍ଷ ଆଦି ନିର୍ମାଣ ହୋଇଛି।

Leave a comment