ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଆଙ୍କ ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:ଓଡ଼ିଆଙ୍କ ଗଣ ପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଶୁଭେଚ୍ଛା ବାର୍ତ୍ତାରେ ରାଜ୍ୟବାସୀ ବିଶେଷକରି ମା’ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


ରଜ ପୃଥିବୀମାତାଙ୍କ ଉପାସନା ତଥା ନାରୀତ୍ୱର ମହନୀୟତାର ପର୍ବ । ସମାଜ ପାଇଁ ନାରୀର ଅବଦାନକୁ ସମ୍ମାନ ଜଣାଇବାର ପର୍ବ । ଏହି ଅବସରରେ ଆସନ୍ତୁ, ଛୋଟ ଛୋଟ ଝିଅଙ୍କ ଠାରୁ ଆରମ୍ଭ କରି ଆମର ମା’ମାନଙ୍କ ପର୍ୟ୍ୟନ୍ତ ସମସ୍ତଙ୍କର ପୋଷଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରତି ଯତ୍ନବାନ ହେବା ଏବଂ ସେମାନଙ୍କ ପାଇଁ ସୁନ୍ଦର ଭବିଷ୍ୟତ ଓ ଏକ ସୁସ୍ଥ ସମାଜ ଗଠନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହିତ କୋଭିଡ ପରିପ୍ରେକ୍ଷୀରେ ସମସ୍ତ ନିୟମ ପାଳନ କରି ଘରେ ରହି ରଜ ପାଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.