ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ରହିଛି ଆଦୃତି, ‘ସମାଜ’ ସହ ଓଡ଼ିଶାର ଶହେ ବର୍ଷର ଇତିହାସ ଯୋଡ଼ି ହୋଇ ରହିଛି: ମୁଖ୍ୟମନ୍ତ୍ରୀ

କଟକ: ସମାଜ ୧୦୩ ବର୍ଷ ସ୍ବନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଛନ୍ତି। ସମାଜ ପରିବାରକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର ଘରେ ଘରେ ପରିଚିତ ‘ସମାଜ’ ପରିଚିତ ବୋଲି କହିଛନ୍ତି । ଓଡ଼ିଶାର ଶହେ ବର୍ଷର ଇତିହାସ ସହ ଯୋଡ଼ି ହୋଇରହିଛି । ସେବା ଓ ସଚେତନତା କ୍ଷେତ୍ରରେ ଆଦର୍ଶ ହୋଇ ରହିଛି । ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ଗୁରୁତ୍ବ ବଜାୟ ରଖିଛି । ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମବାର୍ଷିକ ପାଳନ କରାଯିବ । ଫାଇଭ ଟି ଉପକ୍ରମରେ ଉତ୍କଳମଣିଙ୍କ ଜନ୍ମସ୍ଥାନର ପୁନଃ ବିକାଶ କରାଯାଉଛି ।’

ଡିଜିଟାଲ୍ ଯୁଗରେ ବି ପ୍ରିଣ୍ଟ ମିଡିଆର ଆଦୃତ ରହିଛି । ରାଜ୍ୟର ବିକାଶ କ୍ଷେତ୍ରରେ ସମାଜ ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ଭାବେ ଆଗକୁ କାମ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଆଗକୁ ସେ କହିଥିଲେ, ‘ସମାଜ ଦ୍ବାରା ପରିଚାଳିତ ଗୋପବନ୍ଧୁ ହସପିଟାଲ କୋଭିଡ୍ ସମୟରେ ବେଶ୍ ଭଲ କାମ କରିଛି । ଏବେ ମଧ୍ୟ ଗରିବ ରୋଗୀଙ୍କୁ ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛି ।’ ଏହାସହ ଦୁର୍ଗାପୂଜା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୈନିକ ଖବର କାଗଜ ସମାଜର ୧୦୩ ତମ ସ୍ବନକ୍ଷତ୍ର ଦିବସ କଟକ ସାରଳା ଭବନରେ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.