ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁମ୍ବାଇରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାୟନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁମ୍ବାଇରେ ମୁକେଶ ଅମ୍ବାନୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ଓଡ଼ିଶା ନିବେଶର ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ମୁକେଶ ଅମ୍ବାନୀ । ଆଗାମୀ ଦିନରେ ରିଲାୟନ୍ସ ଗ୍ରୁପ ଓଡିଶାରେ ନିବେଶ କରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଲୋଚନାରେ ଓଡିଶାରେ ମୁକେଶ ଆମ୍ବାନୀ ନିବେଶ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ, ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ପ୍ରୋତ୍ସାହନ ଓ ପ୍ରଚାର ପ୍ରସାର ଦିଗରେ ଯେଉଁଭଳି ଅଗ୍ରଗତି ଘଟିଛି ତାହା ଉଲ୍ଲେଖନୀୟ । ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ପାଲଟିଛି ଉଦାହରଣ । କ୍ରୀଡ଼ାଠାରୁ କ୍ରୀଡାବିତ ସଭିଙ୍କ ବିକାଶ ଦିଗରେ ଓଡିଶା ପାଲଟିଛି ରୋଲ ମଡେଲ । ହକି ବିଶ୍ୱକପ ଠାରୁ ବିଭିନ୍ନ କ୍ରୀଡାର କ୍ୟାପିଟାଲ ଏବେ ଓଡିଶା । କ୍ରୀଡା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଓଡିଶା ସାଜିଛି ଉଦାହରଣ । ସମସ୍ତ ଦୃଷ୍ଟିକୋଣକୁ ପରିଲିଖିତ କରି ସ୍ପୋର୍ଟ୍ସ ଷ୍ଟାର ପକ୍ଷରୁ ଓଡିଶାକୁ ମିଳିବାକୁ ଯାଉଛି ଏହି ସମ୍ମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ତ ଅନୁଷ୍ଠାନ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏକ ଭବ୍ୟ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.