ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଉଦ୍ୟୋଗୀ ସଂଖ୍ୟା ବୃଦ୍ଧି ଲକ୍ଷ୍ୟ, ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି ଷ୍ଟାର୍ଟ ଅପ୍ ଓଡ଼ିଶା-୨.୦ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟର ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ରାଜ୍ୟ ଏବଂ ରାଜ୍ୟ ଉଦ୍ୟମୀ ଯୁବ ଉଦ୍ୟୋଗୀମାନଙ୍କ ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିପାରିଥିଲା। ଷ୍ଟାର୍ଟଅପ୍-୨.୦ ଯାତ୍ରା କାର୍ଯ୍ୟକ୍ରମ ରାଜ୍ୟ ୩୦ ଜିଲ୍ଲାର ୧୦୦ଟି ଶିକ୍ଷାନୁଷ୍ଠାନରେ ପହଞ୍ଚିବ। ଏହି ଯାତ୍ରା ପାଇଁ ମୋଟ ୬୦ ଦିନର ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟର ତୃଣମୂଳସ୍ତରରୁ ନୂତନ ଉଦ୍ଭାବକ, ମହିଳା ଉଦ୍ୟୋଗୀକୁ ବାହାର କରିବା ସହ ଷ୍ଟାର୍ଟଅପ୍ ସମ୍ପର୍କିତ କାର୍ଯ୍ୟକ୍ରମକୁ ପ୍ରଚାରପ୍ରସାର କରାଇବ ବୋଲି ଜଣାପଡିଛି।

କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଏହି ଯାତ୍ରା ଯୁବକମାନଙ୍କ ମଧ୍ୟରେ ଷ୍ଟାର୍ଟଅପ୍, ନୂତନତ୍ୱ ସୃଷ୍ଟି ନେଇ ପ୍ରେରଣା ଯୋଗାଇବ। ୨୦୨୫ ସୁଦ୍ଧା ରାଜ୍ୟରେ ୫୦୦୦ ଷ୍ଟାର୍ଟଅପ୍ ଲକ୍ଷ୍ୟ ରଖାଯାଇଛି। ଲୁକ୍କାୟିତ ବିଚାରକୁ ଆଗକୁ ଆଣିବାରେ ଷ୍ଟାର୍ଟଅପ୍-୨.୦ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ରାଜ୍ୟରେ ଆନୁଷ୍ଠାନିକ ଭାବେ ୧୩୦୦ ଷ୍ଟାର୍ଟଅପ୍ ଦ୍ୱାରା ପ୍ରାୟ ୧୦,୦୦୦ ଉଦ୍ୟୋଗ ସୃଷ୍ଟି ହୋଇପାରିଛି। ତନ୍ମଧ୍ୟରୁ ପ୍ରାୟ ୪୦% ଷ୍ଟାର୍ଟଅପ୍ ମହିଳା ଉଦ୍ୟୋଗୀଙ୍କ ଦ୍ୱାରା କରାଯାଇଛି। ଷ୍ଟାର୍ଟଅପ୍ ଯାତ୍ରା ଜରିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଟ୍କ୍ୟାମ୍ପ ଅନୁଷ୍ଠିତ ହେବ। ରାଜ୍ୟ ଆଗାମୀ ଦିନରେ ନୂତନ ବିଚାର ଏବଂ ଉଦ୍ୟୋଗ ସମ୍ଭାବନାର ପେଣ୍ଠସ୍ଥଳ ହେବ ବୋଲି କୁହାଯାଉଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏମଏସଏମଇ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ୍, ଷ୍ଟାର୍ଟଅପ୍ ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଏବଂ ୫୦ରୁ ଉଦ୍ଧ୍ୱର୍ ଯୁବ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.