ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ସଂକ୍ରମଣକୁ ନଜରରେ ରଖି ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ

ଭୁବନେଶ୍ୱର: କରୋନାରେ ଶିଶୁଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଆଗୁଆ ନିର୍ଦ୍ଦେଶ । ଅନ୍ୟ ରାଜ୍ୟରେ ଶିଶୁଙ୍କଠାରେ କରୋନା ସଂକ୍ରମଣକୁ ନଜରରେ ରଖି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଛନ୍ତି ଆଗୁଆ ପଦକ୍ଷେପ । ରାଜ୍ୟର ସମସ୍ତ ଶିଶୁଯତ୍ନ କେନ୍ଦ୍ରରେ କୋଭିଡ୍‌ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱତନ୍ତ୍ର ନୋଡାଲ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ସବୁ ଶିଶୁଯତ୍ନ କେନ୍ଦ୍ରରେ ରହିବ ସଂଗରୋଧ ବ୍ୟବସ୍ଥା । ସବୁଠି ରହିବ ଅକ୍ସିମିଟର ଓ ପିପିଇ କିଟ୍‌ । ସବୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ଲେଖାଯାଇଛି । ଆଉ ଏକ ଆଗୁଆ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.