୫ଟି ଆଦର୍ଶ ବିଦ୍ୟାଳୟ ଓ କୋଇଡା ଆଇଟିଆଇରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ଓଏମସି ସହ ଚୁକ୍ତି ସ୍ବାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ-ଓଏମସିର ୬୭ତମ ପ୍ରତିଷ୍ଠା ଦିବସରେ ବିଭିନ୍ନ ନୁଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରକଳ୍ପ ଶୁଭାରମ୍ଭ କରାଯାଇଛି। ୫ଟି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାସହ କୋଇଡା ITIରେ ଦକ୍ଷତା ବିକାଶ ଏକାଡେମୀ ପ୍ରତିଷ୍ଠା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗ ସହ ଏକ  MOU ସ୍ବାକ୍ଷର ହୋଇଥିଲା ।

ଖଣି ଅଞ୍ଚଳରେ ୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଓଏମସି ୨୦୮ କୋଟି ଟଙ୍କା ଖର୍ଚ୍ଚ କରିବ । ଏହିସବୁ ବିଦ୍ୟାଳୟର ପରିଚାଳନା ପାଇଁ ବାର୍ଷିକ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଓଏମସିର ଏହି ଉଦ୍ୟମ ଶିକ୍ଷାର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସାମାଜିକ ବିକାଶରେ ଓଏମସିର ଭୂମିକାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । କୋଭିଡ ପରିଚାଳନାରେ ଓଏମସି କାର୍ଯ୍ଯ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ମହିଥିଲେ ।

ପ୍ରତିଷ୍ଠା ଦିବସ ଅବସରରେ ତିନିଟି ଖଣି ବାଂଶପାଣୀ, ଉନଛବାଲି ଓ କାଣ୍ଡବନ୍ଧ ଖଣି କାର୍ଯ୍ଯକ୍ଷମ ହୋଇଥିବା ବେଳେ ପରିଚାଳନା ବ୍ୟବସ୍ଥା ଓ ବିବାଦ ସମାଧାନ ପାଇଁ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ୩୦ ନିୟୁତ ଟନ ଉତ୍ପାଦନ ସହ ଙଗଉ ଦେଶର ଅନ୍ୟତମ ବୃହତ ଖଣି କମ୍ପାନୀ ଭାବେ ଉଭା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଏମସି ଆନ୍ଥେମ ଉନ୍ମୋଚନ କରିଥିଲେ ।

Leave a comment