ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଠଶାଳାରୁ ‘ଅଲିମ୍ପିକ୍ସ’ ପ୍ରସ୍ତୁତିର ଶୁଭାରମ୍ଭ କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପାଠଶାଳାରୁ ‘ଅଲିମ୍ପିକ୍ସ’ ପ୍ରସ୍ତୁତି। ସାରା ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଛନ୍ତି।। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହୋଇଛି ଯୋଜନା। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ସ୍କୁଲ ସମୟରୁ ହିଁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ ସ୍ପୋର୍ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଜୟ କେବଳ ଏକ ଲକ୍ଷ୍ୟ ନୁହେଁ; ଏହା ଅଭ୍ୟାସରେ ପରିଣତ ହେବା ଉଚିତ। ଆଉ ଏହି ଜିତିବାର ନିଶା ହିଁ ଜଣେ ଖେଳାଳିକୁ ଉତ୍କର୍ଷ କରି ଗଢ଼ିତୋଳେ। କ୍ରୀଡ଼ାବିତ୍‍ମାନଙ୍କୁ ଉଦ୍‍ବୋଧନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୂପ ପରାମର୍ଶ ଦେଇ ଆସିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍‍ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି। ମହିଳା ହକି ଟିମ୍‍ ସେମିଫାଇନାଲରେ ପହଞ୍ଚିଛି। ଏହିକ୍ରମରେ ରାଜ୍ୟର ସଫଳ କ୍ରୀଡ଼ାବିତ୍‍ମାନଙ୍କୁ ବିପୁଳ ପ୍ରୋତ୍ସାହନ ରାଶି ପ୍ରଦାନ ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏବେ ଚୀନ ଓ ଜାପାନ ଢାଞ୍ଚାରେ ରାଜ୍ୟରେ ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ନିମନ୍ତେ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ସମ୍ପର୍କରେ ଶିକ୍ଷା ଦିଆଯିବା ଯୋଜନା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୦୨୪ ଓ ୨୮  ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ଏଥିପାଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସାରା ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଛି। ତୃଣମୂଳସ୍ତରରୁ ସ୍କୁଲର ପିଲାଙ୍କୁ ଅଲମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ଅଲିମ୍ପିକ୍ସ ଖେଳ, ଏହାର ପ୍ରସ୍ତୁତି ନିମନ୍ତେ ପିଲାମାନେ ସ୍କୁଲସ୍ତରରୁ ଶିକ୍ଷାଲାଭ କରିବେ। ପାଇଲଟ୍‍ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ଲାଗି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ଏବଂ ସୁନ୍ଦରଗଡ଼ର ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲରେ ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ।

କେବଳ ପାଠ୍ୟକ୍ରମ ଭିତ୍ତିକ ଶିକ୍ଷା ନୁହଁ, ଶିକ୍ଷା ସହିତ ବିଭିନ୍ନ ଖେଳକୁଦରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ଅଭିନବ ଯୋଜନା ନୂତନ ଜାଗରଣ ଆଣିବା ସମ୍ଭାବନା ସୃଷ୍ଟି କରିଛି। ଅଲମ୍ପିକ୍ସ ସହିତ ଏସିଆନ୍‍ ଗେମ୍‍, ରାଜ୍ୟ ଗୋଷ୍ଠୀ କ୍ରିଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯିବ।

ରାଜ୍ୟରେ ହକି ପ୍ରଶିକ୍ଷଣ ନିମନ୍ତେ ସରକାର ବିଭିନ୍ନ ସ୍କୁଲରେ ‘ହକି କ୍ଲବ” ସ୍ଥାପନ ସହ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ହକି ଷ୍ଟାଡିୟମ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଉରକେଲାରେ ଏସିଆର ବୃହତ୍ତମ ହକି ଷ୍ଟାଡ଼ିଅମ ନିର୍ମାଣ ଚାଲିଛି। ଆସନ୍ତା ୨୦୨୩ ବିଶ୍ୱକପ୍‍ ପୁରୁଷ ହକି ଭୁବନେଶ୍ୱର ସହ ରାଉରକେଲାର ବୀର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାଛଡ଼ା ଆଥଲେଟିକ୍ସ, ସାଇକ୍ଲିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି।

Leave A Reply

Your email address will not be published.