ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏମଏସଏମଇ ବାଣିଜ୍ୟ ମେଳାକୁ ଉଦଘାଟନ କଲେ ମୁଖ୍ଯମନ୍ତ୍ରୀ

ଗଢିବା, ବଢ଼ିବା ଓ ସମୃଦ୍ଧ ହେବା ଥିମରେ ଆୟୋଜିତ ହୋଇଛି ମେଳା

ଭୁବନେଶ୍ୱର: ଶୁକ୍ରବାର ଉଦଘାଟିତ ହୋଇଛି ଏମଏସଏମଇ ବାଣିଜ୍ୟ ମେଳା-୨୦୨୧।  ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଏମଏସଏମଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏଁ ଚାଲିବ ।

ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରତିବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ୍ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ । ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପ ଉଦ୍ୟୋଗୀ ମାନେ ସାମିଲ ହୋଇଛନ୍ତି ।  ଚଳିତ ବର୍ଷ ଗଢିବା, ବଢ଼ିବା ଓ ସମୃଦ୍ଧ ହେବା ଥିମରେ ଏହି ମେଳାର ଆୟୋଜନ କରାଯାଇଛି ।

Leave A Reply

Your email address will not be published.