ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଭୁବନେଶ୍ୱର ସମ୍ ହସ୍ପିଟାଲ ସହଯୋଗରେ ପୁରୀ କୋଭିଡ୍ ହସ୍ପିଟାଲ ନିର୍ମାଣ କରାଯାଇଛି । ହସ୍ପିଟାଲରେ ୯୦ଟି ସାଧାରଣ ଅକ୍ସିଜେନ ବେଡ୍, ୪୦ଟି ଏଚଡିୟୁ ବେଡ୍, ୨୦ଟି ଆଇସିୟୁ ବେଡ୍ ରହିଛି । ଏଥିରେ ଉଚ୍ଚମାନର ଲାବୋରେଟୋରୀ ସହ ଡାଏଗ୍ନୋଷଷ୍ଟିକ ସୁବିଧା ମିଳିବ ।
District COVID hospital, in partnership with SUM hospitals, was inaugurated today by Honourable CM in presence of other dignitaries. It has 20 ICU beds, 40 HDU beds and 90 oxygen beds, along with other diagnostic and testing facilities. @CMO_Odisha pic.twitter.com/9Yjd1zipNt
— PuriOfficial (@Puri_Official) May 21, 2021
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହସ୍ପିଟାଲ ଗୁରୁତର କୋଭିଡ୍ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ସହାୟକ ହେବ । ଏହା ପୂର୍ବରୁ ଜିଲ୍ଲାବାସୀଙ୍କୁ ଭୁବନେଶ୍ୱର ଓ କଟକର ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଏବେ ଜିଲ୍ଲାରେ ଚିକିତ୍ସା ମିଳିବ । ହସ୍ପିଟାଲର ସମସ୍ତ ପରିଚାଳନା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହସ୍ପିଟାଲର ସମସ୍ତ ଶଯ୍ୟା ଅକ୍ସିଜେନ୍ ପାଇପଲାଇନ୍ ସହ ସଂଯୁକ୍ତ ରହିଛି । ଆବଶ୍ୟକସ୍ଥଳରେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟ ସରକାରଙ୍କ ସହ ମିଶି କୋଭିଡ୍ କେୟାର ବ୍ୟବସ୍ଥାକୁ ଚଳାଇବା ଲାଗି ସମ୍ ହସ୍ପିଟାଲ୍ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ଏବେର ସମୟ ଆମ ପାଇଁ ଦେଶ ପାଇଁ ଚ୍ୟାଲେଞ୍ଜିଂ । ମହାମାରୀ ବିଶାଳ ମାନବସଂକଟ ସୃଷ୍ଟି କରିଛି । ଏହା ଆମ ଜୀବନକୁ, ସ୍ୱାସ୍ଥ୍ୟ ସହ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।