ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର- ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ, ୬୮ଟି ନୂଆ ଛାତ୍ରାବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଂହତି ଓ ପ୍ରୟାସ ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୮ଟି ନୂଆ ଛାତ୍ରାବାସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଓ ଛାତ୍ରୀ ନିବାସ ରହିଛି । ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି- ଏସସି, ଏସଟି ଓ ଓବିସି କଲ୍ୟାଣ ବିଭାଗ ପକ୍ଷରୁ ଶିକ୍ଷା କୌଶଳ ଉନ୍ନତି ଏବଂ ଜୀବନ ଜୀବିକା ପାଇଁ ନୂଆ ଯୋଜନା ଆରମ୍ଭ ହୋଇଛି ।

ଶିକ୍ଷା ହେଉଛି ପରିବର୍ତ୍ତନର ଆଧାର । ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି । ଆଜି ଆରମ୍ଭ ହେଉଥିବା ନୂଆ ନୂଆ କାର୍ଯ୍ଯକ୍ରମ ଏସସି, ଏସଟି ପିଲାଙ୍କ ଭିତରେ ନୂଆ ଜାଗରଣ ଆଣିଛି । ସେହିଭଳି ପ୍ରୟାସ ଯୋଜନା ଏସସି, ଏସଟି ଓ ଓବିସି ପିଲାଙ୍କ ସ୍କିଲ୍ ଡେଭଲପମେଣ୍ଟରେ ବେଶ୍ ସହାୟକ ହେବ ।

ଏସବୁ କାର୍ଯ୍ଯକ୍ରମ ଅନୁସୂଚିତ ଜାତି ଓ ଅନୁସୂଚିତ ପିଲାମାନଙ୍କ କୌଶଳ ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ନୂଆ ୬୮ଟି ଛାତ୍ରାବାସ ଉଦଘାଟିତ କରିଛନ୍ତି। ସରକାରଙ୍କ ୫ଟି ଅଧୀନକୁ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଆଜି ବିଭିନ୍ନ ଯୋଜନା ସାମିଲ୍ କରାଯାଇଛି ।

Leave a comment