ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇଆଇଟି-ଜେଇଇ ମେନ ଟପ୍ପର ଗୌତମଙ୍କୁ ଶୁଭେଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରକାଶ ପାଇଛି ଆଇଆଇଟି ଜେଇଇ ମେନର  ପରୀକ୍ଷା ଫଳ । ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ତାଲିକାରେ ଓଡିଶାର ଗୌତମ ଦାସ ୯୯. ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ସେପଟେ ଗୌତମ ଦାସଙ୍କ ସଫଳତାରେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟରୁ ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଓଡିଶା ଟପ୍ପର ହୋଇଛନ୍ତି ଗୌତମ ଦାସ । ସେପଟେ ଗୌତମଙ୍କ ସଫଳତା ପରେ ଛୁଟିଛି ଶୁଭେଚ୍ଛାର ସୁଅ । ଆଗାମୀ ଦିନରେ ସଫଳତା ଓ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ଫେବ୍ରୁଆରୀରେ ୨ ଲକ୍ଷ ୭୧ ହଜାର ୪୩୧ଜଣ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଜେଇଇ ମେନ୍‌ ଦେଇଥିଲେ । ସେହିପରି ୬୧ହଜାର୫୦୪ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀ, ୨ଲକ୍ଷ ୧୧ ହଜାର୫୮୮ଜଣ ଅନ୍ୟାନ୍ୟ ପଛୁଆବର୍ଗ, ୫୩ ହଜାର୯୪୦ଜଣ ଅନୁସୂଚିତ ଜାତି, ୨୦ ହଜାର୮୩୩ଜଣ ଅନୁସୂଚିତ ଜନଜାତି, ୧୬୮୨ଜଣ ଦିବ୍ୟାଙ୍ଗ ପରୀକ୍ଷା ଦେଇଥିଲେ । ମୋଟ ୬ଲକ୍ଷ ୨୦ ହଜାର ୯୭୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ ଲକ୍ଷ ୮୫ ୫୭୪ଜଣ ମହିଳା ଓ ୪ଲକ୍ଷ ୩୫ ହଜାର ୪୦୨ଜଣ ପୁରୁଷ ତଥା ୨ଜଣ ଦିବ୍ୟାଙ୍ଗ ଥିଲେ । ତେବେ ଫେବ୍ରୁଆରୀ ଭଳି ମାଚ୍ଚ. ଏପ୍ରିଲ ଓ ମେ’ରେ ମଧ୍ୟ ଜେଇଇ ମେନ୍‌ ପରୀକ୍ଷା ହେବ । ଶେଷରେ ସମସ୍ତ ପରୀକ୍ଷା ଫଳ ବାହାରିବା ପରେ ର‌୍ୟାଙ୍କ୍‌ ଜାରି ହେବ ବୋଲି ଏନଟିଏ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.