ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିପିଲି ଉପନିର୍ବାଚନ: ୧୨ରେ ଭର୍ଚୁଆଲ ପ୍ରଚାର କରିବେ ନବୀନ

ଭୁବନେଶ୍ବର:  ଆସନ୍ତା ୧୨ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ୬ଟି ଜିଲ୍ଲା ପରିଷଦ, ଗୋଟିଏ ଏନଏସିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ନିର୍ବାଚନୀ ପ୍ରଚାର କରିବେ ବୋଲି ଜଣାପଡ଼ିିଛି। ପିପିଲି ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ପାଇଁ  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିବେ।

ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ  ପ୍ରଚାର ମଇଦାନକୁ ଓହ୍ଲାଇସାରିଛନ୍ତି ରୁଦ୍ରଙ୍କ ଭଉଣୀ ପଲ୍ଲବୀ ଏବଂ ଭିଣୋଇ ଅର୍ଦ୍ଧେନ୍ଦୁ । ଘର ଘର ବୁଲି ଭାଇ ରୁନ୍ଦ୍ର ପାଇଁ ଭୋଟ ମାଗିଛନ୍ତି ଦୁହେଁ । ପିପିଲି ବାସୀଙ୍କ ସହ ସାକ୍ଷାତ କରି ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି ପଲ୍ଲବୀ ମହାରଥୀ ।

Leave A Reply

Your email address will not be published.