ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବୀନଙ୍କ ଜନ୍ମଦିନରେ କମ୍ପିଲା ଯାଜପୁର, ନିଆରା ଢଙ୍ଗରେ ପାଳିଲେ ଯାଜପୁରବାସୀ

ଯାଜପୁର: ୮୦ ଫୁଟର ବିଶାଳ ପୋଷ୍ଟର, ଲେଜର ଲାଇଟର ଚକମକି। ବାଣ ଫୁଟୁଛି, ବାଜା ବାଜୁଛି। ଏକଦମ ରଙ୍ଗାରଙ୍ଗ ପରିବେଶ । ଜନସମୁଦ୍ର ଯାଜପୁର ଜିଲ୍ଲାର ବାଳାଶ୍ରମ ପଡ଼ିଆ । ସମସ୍ତଙ୍କ ମନରେ ଉତ୍ସାହ, ଆଖିରେ ଭଲପାଇବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଏକଦମ ନିଆରା ଢଙ୍ଗରେ ପାଳିଛନ୍ତି ଯାଜପୁରବାସୀ । ୨୫ବର୍ଷ ସେବାର ସାଧକ ତଥା ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକାଠି ହୋଇଥିଲେ ହଜାର ହଜାର ମିଶନ ଶକ୍ତି ମହିଳା। ସେମାନଙ୍କ ଗହଣରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ , ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ପ୍ରତିରଞ୍ଜନ ଘଡାଇଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଯୋଗଦେଇଥିଲେ । ସମସ୍ତେ ମିଶି ପାଳିଥିଲେ ନବୀନଙ୍କ ଜନ୍ମଦିନ କେକେ କାଟି ପ୍ରିୟ ନେତାଙ୍କୁ ଜଣାଇଥିଲେ ଶୁଭେଚ୍ଛା ।

୨୫ ବର୍ଷର ରାଜନୈତିକ କ୍ୟାରିୟରରେ ନବୀନ ଅପରାଜେୟ । ବିଜୟ ପରେ ବିଜୟ ମିଳିଛି, ନିର୍ବାଚନ ପରେ ନିର୍ବାଚନ ଜିତିଛନ୍ତି । ଆଜି ବି ନବୀନ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସେବା ମନବୃତ୍ତି, ସରଳ ଜୀବନ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଆଗକୁ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନ କରିବାକୁ ମିଶନ ଶକ୍ତି ମହିଳାମାନେ ନେଇଛନ୍ତି ସଙ୍କଳ୍ପ ।

Leave A Reply

Your email address will not be published.