ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରକ୍ତ ଦେଇ ଉଦାହରଣ ସୃଷ୍ଟି କଲେ ଦୁଇ ଦୃଷ୍ଟିବାଧିତ: ଜୀବନ ରକ୍ଷା ପାଇଁ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କାହାରିକୁ ଦେଖି ପାରନ୍ତିନି, କିନ୍ତୁ ବୁଝି ପାରନ୍ତି ଆଉ ଅନୁଭବ କରିପାରନ୍ତି ରକ୍ତ ଅଭାବକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡ଼ିଶା-ମୋ ପରିବାର ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ ଶିବିର ଆୟୋଜନ ହେଉଛି । ଜୀବନ ବିନ୍ଦୁ ଶିବିରରେ ସଂଗୃହୀତ ରକ୍ତ ବଞ୍ଚାଉଛି ଅନେକ ରୋଗୀଙ୍କ ଜୀବନ। ଗତକାଲି ଓଡ଼ିଶା-ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଅଭିଯାନରେ ସାମିଲ୍ ହୋଇଛନ୍ତି ଦୁଇ ଜଣ ଦୃଷ୍ଟିବାଧିତ । ୨ ଜଣ ଦୃଷ୍ଟିବାଧିତ ହେଲେ କାହ୍ନୁଚରଣ ସାହୁ ଓ ବଂଶୀଧର ପ୍ରଧାନ।


ସେ ସ୍ୱେଚ୍ଛାକୃତ ଭାବେ ସାମିଲ୍ ହୋଇ ରକ୍ତଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଲୋକଙ୍କ ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ମାନବୀୟ କାର୍ଯ୍ଯ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.