ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାସ୍କ ହିଁ ଆମ ସମସ୍ତଙ୍କ ଜୀବନର ରକ୍ଷାକାରୀ କବଚ- ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଚେତନ ଓ ସତର୍କତା ମାଧ୍ୟମରେ କରୋନାକୁ ଆମେ ହରାଇ ପରିବା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିୟମିତ ମାସ୍କ ବ୍ୟବହାର କରିବାକୁ ଲୋକମାନଙ୍କୁ ନିବେଦନ କରୁଛନ୍ତି । ମାସ୍କ ହିଁ ସମସ୍ତଙ୍କର ଜୀବନ ରକ୍ଷାକାରୀ କବଚ । ଏଥିରେ ସାମାନ୍ୟ ଅବହେଳା ଆମକୁ ସଂକଟରେ ପକାଇବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସଚେତନ ହେବା ସହ ନିଜକୁ ତଥା ପରିବାରକୁ ସୁରକ୍ଷିତ ରଖି ହେବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ମୁହଁରୁ ମାସ୍କ ଖସିବା ଅର୍ଥ କରୋନାକୁ ଆମନ୍ତ୍ରଣ କରିବା । ବାରମ୍ବାର ହାତ ଧୋଇବା, ମାସ୍କ ପିନ୍ଧିବା ସହ ଅତିକମରେ ୨ ମିଟର ଦୂରତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.