ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା ବୈଠକ ଶେଷ: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ଯମନ୍ତ୍ରୀ

ପୁରୀ: ଚଳିତବର୍ଷର ଘୋଷଯାତ୍ରା ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକ ଶେଷ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଉପସ୍ଥିତ ରହିଥିଲା ବେଳେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାଶ, ତୁଷାରକାନ୍ତି ବେହେରା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ମଧ୍ୟ ଉପସ୍ଥିତ ରହିଥିଲେ ।

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ପୁରୀ ଜିଲ୍ଲାପାଳ, ଏସପି, ପ୍ରମୁଖ ବୈଠକରେ ସାମିଲ ଥିଲେ । ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ । ଚଳିତବର୍ଷ ଗତ ବର୍ଷ ପରି ଶାନ୍ତି ଶୃଙ୍କଳାର ଭାବେ ଯେପରି ରଥଯାତ୍ରା ସମାପନ ହେବ ବିଶେଷ କରି କୋଭିଡ କଟକଣା ଭିତରେ ଯେପରି ଘୋଷଯାତ୍ରା କାର୍ୟ୍ୟ ଚାଲିବ ସେନେପଇ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବୈଠକରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ବୈଠକ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା ଦେଇଛନ୍ତି । ରଥଯାତ୍ରାର ସୁପରିଚାଳନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି । ବିନା ଭକ୍ତରେ ହେବ ଚଳିତ ଥରର ରଥଯାତ୍ରା । ଟିଭି ଓ ସୋସିଆଲ ମିଡିଆରେ ଦେଖିପାରିବେ ରଥଯାତ୍ରା ।

Leave A Reply

Your email address will not be published.