ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ମୁକାବିଲା: ରାଜ୍ଯ ଭଲ ସ୍ଥିତିରେ ରହିଛି, ଅମାନିଆ ହେଲେ ପୁଣି ହେବ ଲକ୍‌ଡାଉନ- ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। କରୋନା ମୁକାବିଲା ପାଇଁ ସହଯୋଗ କରିଥିବାରୁ ପ୍ରଥମେ ରାଜ୍ଯବାସୀଙ୍କୁ ସେ ଧନ୍ଯବାଦ ଜଣାଇଛନ୍ତି। କହିଛନ୍ତି ଯେ କୋଭିଡ ସଂକ୍ରମଣ ଏ ଯାଏଁ ଦୂର ହୋଇନି ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ରହିଛି।

ସାରା ଦେଶ ଜଟିଳ ସ୍ଥିତିରେ ଥିବା ବେଳେ ଓଡ଼ିଶା ଭଲ ସ୍ଥିତିରେ ଅଛି। ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ କଠିନ ପରିଶ୍ରମ ଯୋଗୁଁ  ଏହା ସମ୍ଭବ ହୋଇପାରିଛି ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଭୁବନେଶ୍ବରରେ କୋଭିଡ ସ୍ଥିତି ସ୍ଥିର ରହିଛି। ବିଦେଶରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି । ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ ସୂଚନା ଜାରି କରିସାରିଲେଣି। ଆମକୁ ଗାଇଡଲାଇନ ମାନିଚଳିବାକୁ ପଡ଼ିବ।

ରାଜ୍ୟ ସରକାର ଜୀବନ ଏବଂ ଜୀବୀକାକୁ ପ୍ରାଧାନ୍ୟ ଦେଇଛନ୍ତି । ସେଥିପାଇଁ ଧିରେ ଧିରେ ଅନଲକ କରାଯାଉଛି। ହେଲେ କିଛି ସ୍ଥାନରେ ଦୋକାନା ବଜାରରେ ବହୁତ ଭିଡ ହେଉଛି । ଏହା ବିପଦ ଆଣିପରେ । ସରକାର ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ସତର୍କ ଦୃଷ୍ଟି ରଖିଛନ୍ତି। ଜଦି ଗାଇଡଲାଇନ ଉଲଙ୍ଘନ୍ନ ହୁଏ ତେବେ ପୁଣି ଲକଡାଉନ କରାଯିବ ।

 

Leave A Reply

Your email address will not be published.