ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ ସୁପରସ୍ପେଶିଆଲିଟି ଓ କ୍ୟାନସର୍ ସେଣ୍ଟର ଉଦଘାଟିତ, ବିଏସକେଓ୍ବାଇ ହିତାଧିକାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଆର୍ଥିକ ଅନଗ୍ରସର ଓ ଗରିବ ରୋଗୀମାନଙ୍କୁ ଚିକିତ୍ସା ସେବାକୁ ନିଶ୍ଚିତ କରିବା ଏବଂ ଉତ୍ତମ ସେବା ଯୋଗାଇ ଦେବା ଡ଼ାକ୍ତରଖାନାଗୁଡ଼ିକ ଯତ୍ନବାନ ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିମ୍‍ସ ସୁପର ସ୍ପେଶିଆଲିଟି ଓ କିମ୍‍ସ କ୍ୟାନ୍‍ସର ସେଣ୍ଟରକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବାକୁ ସବୁଠୁ ମହତ ବୋଲି ବର୍ଣ୍ଣନା କରି ସ୍ୱଳ୍ପ ବ୍ୟୟରେ ରୋଗୀମାନେ ଚିକିତ୍ସାସେବା ପାଇ ପାରିଲେ ତାହା ସମସ୍ତଙ୍କ ପାଇଁ ହିତକର ହେବ ବୋଲି କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କିମ୍‍ସ କ୍ୟାମ୍ପସ ବୁଲି ଦେଖିବା ସହ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ଦେଖି ଆନନ୍ଦ ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟସଭା ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତୀତ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ, ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍‍ପିଟାଲ୍‍ (ପିବିଏମ୍‍ଏଚ୍‍) ଏବେ ୧୬୦୦ ଶଯ୍ୟା ବିଶିଷ୍ଟ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ହସ୍ପିଟାଲରେ ପରଣିତ ହୋଇଛି। ଉଭୟ କିମ୍ସ ସୁପରସ୍ପେଶିଆଲିଟି ଏବଂ କିମ୍ସ କ୍ୟାନ୍ସର ସେଣ୍ଟରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେଓ୍ବାଇ)ର ହିତାଧିକାରୀଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯାଉଛି । ବିଏସ୍କେୱାଇ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ବ୍ୟବସ୍ଥା କରାଯାଇଛି। ଯଦ୍ଦ୍ୱାରା ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ବିଳମ୍ବ ହେବ ନାହିଁ। ଦେଶର ଖ୍ୟାତି ସମ୍ପନ୍ନ ଡାକ୍ତର ଓ ବିଶେଷଜ୍ଞ କିମ୍‍ସ ସୁପରସ୍ପେଶିଆଲିଟି ହସ୍‍ପିଟାଲ୍‍ ଓ କ୍ୟାନ୍‍ସର ସେଣ୍ଟରରେ ଯୋଗଦେଇଥିବାରୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ରୋଗୀମାନେ ଉତ୍ତମ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପାଇପାରିବେ ବୋଲି ଡ଼ାକ୍ତରଖାନା କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି।

କିମ୍‍ସର ଏହି ୩୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍‍ପିଟାଲ୍‍ରେ ହୃଦ୍‍ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‍) ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡ୍‍ନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‍ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‍ ସର୍ଜରୀ ଏବଂ ପ୍ଲାଷ୍ଟିକ୍‍ ସର୍ଜରୀ ଆଦି ବିଭାଗ ରହିଛି। ଏହାବ୍ୟତୀତ ମେଡ଼ିସିନ୍‍, ସର୍ଜରୀ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଣ୍ଣ-ନାସା-ଗଳା, ଛାତିରୋଗ, ଚର୍ମରୋଗ, ଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ। ସେହିପରି ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନ୍‍ସର୍‍ ସେଣ୍ଟର ଅନ୍ତର୍ଜାତୀୟ ମାନର ହୋଇଥିବା ବେଳେ ଭାରତର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡା. ବିଧୁ କଲ୍ୟାଣ ମହାନ୍ତି ଏହାର ନିର୍ଦ୍ଦେଶକ ରହିଛନ୍ତି। ଏହି କ୍ୟାନ୍‍ସର ସେଣ୍ଟରରେ ଗୋଟିଏ ସ୍ଥାନରେ ରୋଗୀ ରୋଗ ଚିହ୍ନଟଠାରୁ ଆରମ୍ଭ କରି ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ସୁବିଧା ପାଇ ପାରିବେ।

ସୁପରସ୍ପେଶିଆଲିଟି ହସ୍ପିଟାଲ୍‌

ଉତ୍ତମ ଅତ୍ୟାଧୁନିକ ଚିକିତ୍ସା ସେବା ପାଇବାକୁ ରୋଗୀଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ। କିମ୍‌ସ ସୁପରସ୍ପେଶିଆଲିଟି ହସ୍ପିଟାଲରେ ୧୨ଟି ସୁପରସ୍ପେଶିଆଲିଟି ବିଭାଗ ରହିଛି। ସେଥିରେ ହୃଦ୍‌ରୋଗ ଚିକିତ୍ସା, କାର୍ଡିଓଥୋରାସିକ୍‌ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍‌), ଗ୍ୟାଷ୍ଟ୍ରୋଏଣ୍ଟେରେଲୋଜି ଏବଂ ହେପାଟୋଲୋଜି, ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନେଫ୍ରୋଲୋଜି ଏବଂ କିଡନୀ ପ୍ରତିରୋପଣ, ୟୁରୋଲୋଜି, ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଏଣ୍ଡୋକ୍ରାଇନୋଲୋଜି, କ୍ଲିନିକାଲ୍‌ ୟୁମୁନୋଲୋଜି ଏବଂ ରିଉମାଟୋଲୋଜି, ଅସ୍ଥିଶଲ୍ୟ, ସ୍ପାଇନାଲ୍‌ ସର୍ଜରୀ ଏବଂ ପ୍ଲାଷ୍ଟିକ୍‌ ସର୍ଜରୀ ଆଦି ରହିଛି । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲରେ ଅତ୍ୟାଧୁନିକ ଅସ୍ତ୍ରୋପଚାର ଗୃହ, ଆଇସିୟୁ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଭିତ୍ତିଭୂମି ରହିଛି। ଏହି ସବୁ ସୁପରସ୍ପେସିଆଲିଟି ବିଭାଗ ଛଡ଼ା ରୋଗୀମାନେ ମେଡ଼ିସିନ୍‌, ସର୍ଜରୀ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତି ରୋଗ, କର୍ଣ୍ଣ-ନାସା-ଗଳା, ଛାତିରୋଗ, ଚର୍ମରୋଗ, ଚକ୍ଷୁରୋଗ ଓ ମାନସିକ ରୋଗ ଚିକିତ୍ସା ବିଭାଗର ବିଶେଷଜ୍ଞଙ୍କ ପରାମର୍ଶ ନେଇପାରିବେ।

କର୍କଟ ରୋଗ ଚିକିତ୍ସା କେନ୍ଦ୍ର

କିମ୍‌ସର ନବନିର୍ମିତ ଅତ୍ୟାଧୁନିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ର କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଗୋଟିଏ ସ୍ଥାନରେ କର୍କଟ ରୋଗୀ ସବୁ ପ୍ରକାର ଚିକିତ୍ସା ସୁବିଧା ପାଇପାରିବେ। କିମ୍‌ସ କର୍କଟ ରୋଗ କେନ୍ଦ୍ରରେ ମେଡିକାଲ୍‌ ଅନକୋଲୋଜି, ସର୍ଜିକାଲ ଅନକୋଲୋଜି, ନ୍ୟୁକ୍ଲିଅର୍‌ ମେଡିସିନ୍‌, ରେଡିଏସନ୍‌ ଅନକୋଲୋଜି ଏବଂ ପାଲିଏଟିଭ୍‌ କେୟାର ଆଦି ସୁପରସ୍ପେସିଆଲିଟି ସୁବିଧା ଉପଲବ୍ଧ । ଦେଶର ଖ୍ୟାତି ସମ୍ପନ୍ନ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ବିଧୁ କଲ୍ୟାଣ ମହାନ୍ତି ଏହି କେନ୍ଦ୍ରର ମୁଖ୍ୟ ଅଛନ୍ତି। କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ଆଜି ସୁପର ସ୍ପେସିଆଲିଟି ହସ୍ପିଟାଲ ଓ କର୍କଟ ରୋଗ ଚିକିତ୍ସା କେନ୍ଦ୍ରକୁ ଆଜି ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.