ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝାରସୁଗୁଡ଼ା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝାରସୁଗୁଡ଼ା ସରବାହଲ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ପ୍ରାଣହାନି ହୋଇଥିବା ବିଷୟରେ ଜାଣି ଦୁଃଖିତ ହେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ସେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

ଶୁକ୍ରବାର ଦିନ ନିଜ କର୍ମ ସାରି ଘରକୁ ବାହୁଡୁଥିଲେ ଶ୍ରମିକ । ମାତ୍ର କାମ ସାରି ଘରକୁ ଫେରିବା ହେଲା ଶେଷ ଯାତ୍ରା । ଝାରସୁଗୁଡ଼ା ସରବାହଲ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯାଇଛି 8 ଜଣଙ୍କ ଜୀବନ । ୧୮ ଜଣରୁ ଅଧିକ ଆହତ ହୋଇଥିବା ବେଳେ 14 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ମୃତକମାନେ ହେଲେ ବ୍ରଜପାଳ ସିଂ, ପଙ୍କଜ ଝା, ରାଜେନ୍ଦ୍ର ତିବାରୀ, ଶେର ବାହାଦୂର ଓ ବିକାଶ କୁମାର । ଗତକାଲି ସଂଧ୍ୟାରେ ସମୟରେ ଠେଲକୋଲୋଇ ସ୍ଥିତ ଭୂଷଣ ପ୍ଲାଣ୍ଟରୁ ୬୦ରୁ ଅଧିକ କର୍ମଚାରୀଙ୍କୁ ନେଇ ଝାରସୁଗୁଡ଼ା ଫେରୁଥିଲା ବସ୍ । ସରବାହଲ ବାଇପାସ୍ ନିକଟରେ ବସକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ହାଇଓ୍ବା ।

Leave A Reply

Your email address will not be published.