ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଆଜି ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍ ଉଲ୍ ଜୁହା । ପବିତ୍ର ଇଦ୍ ଉଲ୍ ଜୁହା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପର୍ବ ଆମ ଜୀବନରେ ଆନନ୍ଦ ଏବଂ ସମୃଦ୍ଧତା ଆଣନ୍ତୁ, ଭାଇଚାରାକୁ ମଜବୁତ କରନ୍ତୁ ଏବଂ ଆମକୁ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ କରୁଣାର ପଥରେ ମାର୍ଗଦର୍ଶନ କରନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।

ଇଦ୍ ଉଲ୍ଲ ଜୁହା ଅବସରରେ ଭାଇଚାରାର ସହର କଟକ ଉତ୍ସବ ମୁଖରିତ ହୋଇଛି । ବିଭିନ୍ନ ମସଜିଦ ଓ ଇଦଗାରେ ସମୂହ ନମାଜ ପାଠ କରିଛନ୍ତି ମୁସଲମାନ ଶ୍ରଦ୍ଧାଳୁ । ଓଡିଆ ବଜାର, ଦରଘାବଜାର, ଯୋବ୍ରା ମସଜିଦ ସହିତ କଦମ ରସୁଲ ଓ ଇଦଗାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ନମାଜ ପଢି ପରସ୍ପରକୁ ଇଦ୍ ଉଲ୍ ଜୁହାର ଶୁଭେଚ୍ଛା ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଇଦ୍ ଉଲ୍ ଜୁହାକୁ ବଳିଦାନ, ସମର୍ପଣ ଓ ଦାନର ପର୍ବ ବୋଲି ଗ୍ରହଣ କରିଥାନ୍ତି ।

Leave A Reply

Your email address will not be published.