ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଣିପୁର ମୁଖ୍ଯମନ୍ତ୍ରୀ ବିରେନ ସିଂ ବିଜୟୀ

ମଣିପୁର: ଦେଶରେ ଆଜି ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଆଶିଂକ ଫଳାଫଳ ଆସିଛି। ଏଥିରେ ୪ ଟି ରାଜ୍ୟରେ ବିଜେପି ପୁଣିଥରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଉଛି । ଏହି କ୍ରମରେ ମଣିପୁରରେ ବି ବିଜେପି ଭଲ ପ୍ରଦର୍ଶନ କରିଛି। ମଣିପୁର ବିଜେପିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ବିଜୟୀ ହୋଇଛନ୍ତି। ୧୮ ହଜାର ଭୋଟରେ ବିଜୟ ଲାଭ କରିଛନ୍ତି ବିରେନ ସିଂ । ବୀରେନ ସିଂହ ପୂର୍ବଥର ଭଳି ଏଥର ମଧ୍ୟ ହେଙ୍ଗାଙ୍ଗ ଆସନରୁ ପ୍ରାର୍ଥୀ ହୋଇଥିଲେ। ବିରେନ ସିଂଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ପି ଶରତ ଚନ୍ଦ୍ର । ସେ ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ପରାସ୍ତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ବୀରେନ ସିଂ ହେଙ୍ଗାଙ୍ଗ ଆସନରୁ ୧୮ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ବିଜୟଲାଭ ପରେ ବିରେନ ସିଂ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.