ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ପରେ ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ଯକ୍ଷ ପଦ ରଦ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ରୂପେ ନବୀନ ଆମୂଳଚୂଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ପଦ ରଦ୍ଦ କରିବାକୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛିନ୍ତି।  ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ କରାଯାଇଛି। ଏଥିସହ ଯୋଜନା ବୋର୍ଡର ଉପାଧକ୍ଷ ପଦ ମଧ୍ଯ ରଦ୍ଦ କରାଯାଇଛି। ଏ ନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଯୋଜନା ବିଭାଗ ଚିଠି କରିଥିବା ଜଣାପଡ଼ିଛି।

Leave a comment