ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସହରାଞ୍ଚଳର ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ମୁଖମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆଉ ୫୫ ଲକ୍ଷ ଟଙ୍କାର ସହାୟତା

ମହାମାରୀ କରୋନା ସଂକ୍ରମଣକୁ ନୟନ୍ତ୍ରଣରେ ରଖିବା ପାଇଁ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଛି । ଏପରି ସ୍ଥିତିରେ ବୁଲା ଗାଈ ଗୋରୁ ଓ କୁକୁର ଆଦି ପ୍ରାଣମାନେ ଖାଦ୍ୟ ପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, ୪୮ଟି ମ୍ୟୁନିସପାଲଟି ଓ ୬୧ ଟି ଏନ୍ଏସିମାନଙ୍କୁ ୫୫ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡିଏ ହଜାର ଟଙ୍କା ,କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ମହାନଗର ନିଗମରେ ଦୈନିକ ଦଶହଜାର ଟଙ୍କା , ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସିମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ଦିନ ଏହି ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଷାଠିଏ ଲଷ ଟଙ୍କା ମଞୁର କରାଯାଇଥିଲା । ଗତବର୍ଷ ଲକ୍‌ଡାଉନ୍ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲା ପଶୁ ମାନଙ୍କୁ ଖାଦ୍ୟ ଯୋଗାଇ ଦେବା ନେଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.