ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

ଭୁବନେଶ୍ବର : ଭାରତ ଦକ୍ଷତା ପ୍ରତିଯୋଗୀତାରେ ଓଡିଶାକୁ ମିଳିଛି ୫୯ ଟି ପଦକ । ଜାନୁଆରୀ ୨୦୨୨ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଣ୍ଡିଆ ସ୍କିଲସ୍ ପ୍ରତିଯୋଗୀତା-୨୦୨୧ ରେ ଓଡିଶାକୁ ମିଳିଛି ୫୯ଟି ପଦକ । ଏ ନେଇ ଲୋକ ସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ନଗଦ ପ୍ରୋତ୍ସାହନ ରାଶି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୦୨୨ ରେ ସାଂଘାଇ ରେ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ପାଇଁ ଓଡିଶାର ବିଜେତା ମାନଙ୍କୁ ତାଲିମ ଦେବା ପାଇଁ ସମସ୍ତ ପ୍ରରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।


ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧ କୋଟି , ରୈାପ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଏବଂ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହା ସହ ଯେଉଁ ଅନୁଷ୍ଠାନ ରୁ ଯାଇଥିବା ପ୍ରତିଯୋଗୀ ସ୍ୱର୍ଣ୍ଣପଦକ ହାସଲ କରନ୍ତି ସେହି ଅନୁଷ୍ଠାନକୁ ମଧ୍ୟ ୧ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତିଯୋଗୀ ମାନଙ୍କୁ ଅଭିନନ୍ଦନ ଜଣାଇ ମ୍ରୁଖ୍ୟମନ୍ତ୍ରୀ କହଛନ୍ତି ଯେ ଇଣ୍ଡିଆ ସ୍କିଲ ପ୍ରତିଯୋଗୀତାରେ ଓଡିଶା ମୋଟ ୫୯ ଟି ପଦକ ହାସଲ କରି ପ୍ରଥମ ସ୍ଥାନରେ ରହିଛି । ଏହା ଓଡିଶା ପାଇଁ ଗର୍ବ ଅଟେ । ଏହି ମହାନ ସଫଳତା ପାଇଁ ସମସ୍ତ ବିଜେତା ସେମାନଙ୍କ ମାତାପିତା , ପ୍ରଶିକ୍ଷକ, ଅନୁଷ୍ଠାନକୁ ଅଭିନନ୍ଦନ ଜଣାଉଛି । ୨୦୧୮ ରେ କାଜାନ ରେ ଆୟୋଜିତ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗୀତାରେ ଓଡିଶାର ଆସୱାଥ ନାରାୟଣ ଜଳ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଥିଲେ ।


ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ ସୁବ୍ରତ ବାଗଚୀ କହିଛନ୍ତି ଯେ ଇଣ୍ଡିଆ ସ୍କିଲସ ବିଜେତା ମାନେ ସମାଜର ନିମ୍ନ ଭାଗରୁ ଆସି ଓଡିଶାର ନାଁ ରଖିଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ସିଇଓ, ଓଏସଡିଏ ଜି. ରେଗୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ବିଜେତା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବା ସହ ପ୍ରମାଣପତ୍ର ଓ ନଗଦ ରାଶି ପ୍ରଦାନ କରିଥିଲେ ।

Leave A Reply

Your email address will not be published.