ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅମରନାଥ ଯାତ୍ରାରେ ବାଦଲଫଟା ବର୍ଷା : ୧୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଅନେକ ନିଖୋଜ

ଶ୍ରୀନଗର : ପବିତ୍ର ଅମରନାଥ ଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ପ୍ରକୃତିର କ୍ଷୋଭରେ ବଳି ପଡି ଯାଇଛନ୍ତି ବାବା ଅମରନାଥଙ୍କ ୧୦ ଜଣ ଭକ୍ତ । ପୀଠରେ ବାଦଲ ଫଟା ବର୍ଷା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛଇ ବୋଲି ସୂଚନା ମିଳିଛି । ଏହା ସହିତ ବହୁ ଲୋକ ନିଖୋଜ ଥିବା ମଧ୍ୟ ଜଣାପଡିଛି। ତେବେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଆଜି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଅମରନାଥ ଗୁମ୍ଫା ନିକଟରେ ବାଦଲ ଫାଟିଥିଲା। ଯାହା ଫଳରେ ପ୍ରବଳ ବର୍ଷା ହେବା ସହ ବନ୍ୟାପାଣି ମାଡି ଆସିଥିଲା। ବନ୍ୟା ଯୋଗୁ ଶହଶହ ତୀର୍ଥ ଯାତ୍ରୀ ଫଶି ଯାଇଛନ୍ତି। ଘଟଣାସ୍ଥଳକୁ ରିଲିଫ ଓ ଉଦ୍ଧାରକାରୀଦଳ ପହଞ୍ଚି ଥିବା ବେଳେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଓ ବନ୍ୟାରେ ଆହତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ଓ ରିଲିଫ କେନ୍ଦ୍ର ପହଞ୍ଚା ଯାଉଛି। ଏହା ପୂର୍ବରୁ ୨୦୧୮ ମସିହା ଅମରନାଥ ଯାତ୍ରାବେଳେ ବାଦଲଫଟା ବର୍ଷା ହୋଇଥିଲା। ଫଳରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ ଆଜି ପ୍ରବଳ ବର୍ଷା ପରେ ବନ୍ୟା ଆସିବାରୁ କିଛି ତମ୍ବୁ ଓ ଲଙ୍ଗର ବନ୍ୟାରେ ଭାସିଯାଇଛି। ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଅଚାନକ ବାଦଫଟା ବର୍ଷା ହୋଇଥିଲା। ଅଚାନକ ନଦୀ ଭଳି ପାଣି ବୋହି ଆସିବା ଯୋଗୁ ଶ୍ରଦ୍ଧାଳୁଙ୍କ କ୍ୟାମ୍ପରେ ଦଉଡା ଧାପଡା ହୋଇଥିଲା। ବାଦଲଫଟା ବର୍ଷା ପରେ ଯାତ୍ରା ରୋକି ଦିଆଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ବହୁ ସଂଖ୍ୟାରେ ତମ୍ବୁ ପ୍ରଭାବିତ ହୋଇଛି। ଆଇଟିବିପି ଘଟଣାସ୍ଥଳରେ ପହଞ୍ଚି ଯାଇଥିବା ବେଳେ ଭୀଷଣ କ୍ଷୟକ୍ଷତିର ଅନୁମାନ କରାଯାଉଛି। ଆହତଙ୍କୁ ଚିକିତ୍ସା ନିମନ୍ତେ ଏୟାରଲିଫ୍ଟ କରାଯାଉଛି। ଘଟଣାସ୍ଥଳରେ ଶହଶହ ଲୋକେ ଫଶି ରହିଥିବା କୁହାଯାଉଛି। ସବୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚା ଯାଉଛି।

Leave A Reply

Your email address will not be published.