ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କିରାଣୀ

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି କୋଟିପତି କିରାଣୀ । କିରାଣୀଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ। ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣୀ ।

ସୂଚନା ଅନୁଯାୟୀ, ଗତକାଲି ବରିଷ୍ଠ କିରଣୀ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ମାରିଥିଲା ଭିଜିଲାନ୍ସ । ୩କୋଟିରୁ ଅଧିକ ସମ୍ପତି ଠାବ କରାଯାଇଥିଲା । ଘରୁ ସୁନା ଗହଣା ସହିତ ନଗଦ ଟଙ୍କା ଏବଂ ଜାଗମରା ମଲ୍ଲିକ କମ୍ପେ୍ଲକ୍ସରେ ଥିବା ୪ମହଲା କୋଠା, ଯାହାର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ସୁନା ଗହଣା ଏବଂ ଘର ସମେତ ଦାମୀ ଗାଡି ମଧ୍ୟ ଜବତ କରାଯାଇଥିଲା । ଏବେ କୋଟିପତି କିରାଣୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କେତେ ସମ୍ପତି ଅଛି ସେ ନେଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.