ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ବଡଦାଣ୍ଡ ହେଲା ରକ୍ତରଞ୍ଜିତ; ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା,୩ ଆହତ

ପୁରୀ: ରକ୍ତରଞ୍ଜିତ ହେଲା ପୁରୀ ବଡଦାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁରୀ ମାର୍କେଟ ଛକରେ ଆଜି ଭୋର ସମୟରେ ଦୁଇ ଗୋଷ୍ଠୀ ପରସ୍ପର ମଧ୍ୟରେ ହଣାକଟା ହୋଇଛନ୍ତି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଯୁବକଙ୍କ ଦେହର ବିଭିନ୍ନ ଜାଗାରେ ଲାଗିଛି ଆଘାତ ଲାଗିଥିବା ସୂଚନା ମିଳିଛି ।

ଟାଉନଥାନା ଓ କୁମ୍ଭାରପଡା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଜୁଆ ଖେଳକୁ ନେଇ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.