ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତାକାଲିଠୁ ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ସମେଟିଭ-୧ ପରୀକ୍ଷା

ଭୁବନେଶ୍ବର: ବୁଧବାର ରାଜ୍ୟରେ ଅନୁଷ୍ଠିତ ହେବ ମାଟ୍ରିକ୍ ସମେଟିଭ-୧ ପରୀକ୍ଷା । ୫ରୁ ୮ ତାରିଖ ପର୍ଯ୍ଯ ନ୍ତ ପରୀକ୍ଷା ଚାଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପରୀକ୍ଷାକୁ ଶୃଙ୍ଖଳିତ କରିବା ସହ ସମ୍ପାଦନ ସାରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରୀକ୍ଷା ଦ୍ଵାରା ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସ ବଢିବ। କରୋନା ଯୋଗୁଁ ଯଦି ଆଗକୁ ପରିସ୍ଥିତି ଭୟାନକ ହୁଏ, ତାହେଲେ ସମେଟିଭ ପରୀକ୍ଷା ମାଟ୍ରିକ୍ ଫଳାଫଳ ପ୍ରକାଶ ପାଇଁ ଉପଯୋଗୀ ହେବ। ଏହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁଯାୟୀ, ୩୦୯୩ଟି ସେଣ୍ଟରରେ ପରୀକ୍ଷା ଦେବେ ମୋଟ୍ ୫ ଲକ୍ଷ ୭୬ ହଜାର ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ୩୧୧ଟି ନୋଡାଲ ସେଣ୍ଟର କରାଯାଇଛି । ନୋଡାଲ କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । କପି ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନକୁ ପରୀକ୍ଷା କେନ୍ଦ୍ର ଗୁଡିକରେ ସରପ୍ରାଇଜ ଭିଜିଟ କରିବାକୁ କୁହାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋବାଇଲ ନେବାକୁ ମନା କରାଯାଇଛି । ସୁରୁଖୁରୁରେ ପରୀକ୍ଷା ସମ୍ପାଦନ କରିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.