ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣା: ଇରାସିସ ଆଚାର୍ଯ୍ୟଙ୍କ ସମେତ ୩୦ ଯୁବମୋର୍ଚ୍ଚା ସଦସ୍ୟ ଅଟକ

ଭୁବନେଶ୍ବର: ଲୋୟର ପିଏମଜିରେ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ ଘଟଣା। ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟ ଅଟକ। ଇରାସିସ ଆଚାର୍ଯ୍ୟଙ୍କ ସହ ୩୦ ଯୁବମୋର୍ଚ୍ଚା ସଦସ୍ୟ ଅଟକ ଥିବା ସୂଚନା। ଇରାସିସ ହତ୍ୟା ମାମଲାରେ ଜେଲ ମଧ୍ୟ ଯାଇଛନ୍ତି। କ୍ୟାପିଟାଲ ଥାନା ଓ ଖାରବେଳନଗର ଥାନା ପୋଲିସ ଦ୍ୱାରା ୩୦ ଅଟକ। ପୋଲିସକୁ ଲହୁଲୁହାଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ଚଢ଼ାଉ ଜାରି। ଏସିପିଙ୍କ ନେତୃତ୍ୱରେ ୪ ଥାନାଧିକାରୀଙ୍କୁ ନେଇ ଗଠିତ ହେଲା ଟିମ। ଅଭ୍ୟାସଗତ ଅପରାଧିଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ବାର୍ଡ ର ଛାପା। ମାଷ୍ଟରକ୍ୟାଣ୍ଟିନ, ଲୋୟର ପିଏମଜି ଛକର ସିସିଟିଭି ଚାଲିଛି ଯାଞ୍ଚ।

ଅଭିଯୁକ୍ତଙ୍କ ବିରୋଧରେ ଲାଗିପାରେ ସଙ୍ଗୀନ ଦଫା। ୧୪୭, ୧୪୮, ୧୪୯, ୩୫୩, ୩୩୨, ୩୨୩, ୩୦୭ ଭଳି ଦଫା ଲାଗିବା ନେଇ ସୂଚନା। ପବ୍ଲିକ ପ୍ରପର୍ଟି ଡ୍ୟାମେଜ ଓ ଆର୍ମସ ଆକ୍ଟରେ ହୋଇପାରେ ମାମଲା। କର୍ମୀଙ୍କୁ ପ୍ରବର୍ତ୍ତାଇବା ଅଭିଯୋଗରେ ତଦନ୍ତ ପରିସରକୁ ଆସିବେ ନେତା। ଆଜି ଲୋୟର ପିଏମଜିରେ ରକ୍ତମୁଖା ହୋଇଥିଲେ ବିଜେପି କର୍ମୀ। ଢେଲା ପଥର ମାଡ଼ କରି ୨୧ ପୁଲିସ ଅଧିକାରୀଙ୍କୁ ରକ୍ତାକ୍ତ କରିଥିଲେ। ଗୁରୁତର ଅବସ୍ଥାରେ ୪ ପୁଲିସ ଅଧିକାରୀଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି। ଆହତ ପୋଲିସଙ୍କୁ ଭେଟିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା। ଡିଜିପି ମଧ୍ୟ କ୍ୟାପିଟାଲ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି। ଡିଜିପିଙ୍କ ସହ ସିପି, ଟୁଇନସିଟିର ଦୁଇ ଡିସିପି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ।

Leave A Reply

Your email address will not be published.