ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଜଣେ ମୃତ

କଳାହାଣ୍ଡି: ଜମି ବିବାଦକୁ ନେଇ ଗଡିଛି ମୁଣ୍ଡ । ଜମିବାଡିକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ଲାଞ୍ଜି ଗାଁରେ । ଦୁଇ ପରିବାର ମଧ୍ୟରେ ଚାଷ ଜମିକୁ ନେଇ ଉପୁଜିଥିବା ବିବାଦ ଶେଷରେ ପ୍ରାଣ ନେଇଛି । ଚାଷ ଜମିକୁ ନେଇ ପ୍ରଥମେ ଦୁଇ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ବିବାଦ ନ ତୁଟିବାରୁ ଦୁଇ ପରିବାର ମୁହାଁମୁହିଁ ହୋଇଥିଲେ ।

ଝଗଡ଼ା ବେଳେ ଖୁଡ଼ିକୁ ଠେଙ୍ଗାରେ ଆକ୍ରମଣ କରିଥିଲା ପୁତୁରା । ଆଉ ଏଥିରେ ଖୁଡ଼ିର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ୫୫ ବର୍ଷୀୟ ଲିପ୍ସା ସାହୁ । ଲିପ୍ସାଙ୍କୁ ଗୁରୁତର ଅବସ୍ଥାରେ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଦୁଇ ପରିବାରର ଆଉ ୭ ଜଣ ଆହତ ହୋଇଛନ୍ତି । ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.