ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜବରଦଖଲ ଉଚ୍ଛେଦବେଳେ ଭଦ୍ରକ ବନ୍ତ ଛକରେ ଉତ୍ତେଜନା, ୧୪୪ଧାରା ଜାରି

ଭଦ୍ରକ: ଜବରଦଖଲ ଉଚ୍ଛେଦ ବେଳେ ବିରୋଧ ପ୍ରଦର୍ଶନ, ଉତ୍ତେଜନା । ୧୪୪ ଧାରା ଜାରି କରିଲା ପ୍ରଶାସନ । ବିରୋଧ କରୁଥିବା ନେତାଙ୍କୁ ଅଟକ ରଖିଲା ପୋଲିସ । ସୁଚନାଯୋଗ୍ୟ ଯେ, ଭଦ୍ରକ ସହରର ବନ୍ତ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଜବରଦଖଲ କରି ବହୁ ଦୋକାନ ଖୋଲାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଘୋଷଣା ସତ୍ତ୍ୱେ ଦୋକାନ ଗୁଡିକ ଖୋଲା ଥିବାରୁ ପ୍ରଶାସନ ଉଚ୍ଛେଦ କରିବା ପାଇଁ ପ୍ରୟାସ କରିବା ବେଳେ ବିରୋଧ ପାଇଁ ଉଚ୍ଛେଦ ହୋଇ ପାରିନଥିଲା । ପୁଣି ଥରେ ଆଜି ଉଚ୍ଛେଦ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ୨ ଜଣ ତହସିଲଦାରଙ୍କୁ ମାଜିଷ୍ଟ୍ରେଟ ଭାବେ ମୁତୟନ କରି ବ୍ୟାପକ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ଉଚ୍ଛେଦ ଆରମ୍ଭ ବେଳେ କେତେକ ନେତା ବିରୋଧ କରିଥିଲେ । ପୋଲିସ ସେମାନଙ୍କୁ ଅଟକ ରଖିଥିବା ବେଳେ ଉଚ୍ଛେଦ କାର୍ଯ୍ୟକୁ ଜୋରଦାର କରିଛି । ଏହି ସମୟରେ ପୋଲିସ ସହ ବିରୋଧକାରୀଙ୍କ ଯୁକ୍ତିତର୍କ ଓ ଧସ୍ତାଧସ୍ତି ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.