ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମାଜସେବାରେ ସିପ୍ରା, ୪୦ ବର୍ଷରେ ୧୧୦ଥର ରକ୍ତଦାନ

ଭୁବନେଶ୍ୱର : ରାଜଧାନୀର ୫୩ବର୍ଷୀୟା ସିପ୍ରା ଚକ୍ରବର୍ତ୍ତୀ ନାମ୍ନୀ ଜଣେ ମହିଳା ୪୦ ବର୍ଷ ମଧ୍ୟରେ ମୋଟ ୧୧୦ଥର ରକ୍ତଦାନ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରକ୍ତଦାନ କରିବା ସହିତ ରକ୍ତଦାନ ସମ୍ପର୍କରେ ଅନ୍ୟମାନଙ୍କୁ ସଚେତନ ମଧ୍ୟ କରୁଛନ୍ତି। କଳ୍ପନା ଅଞ୍ଚଳରେ ସପରିବାର ରହୁଥିବା ସିପ୍ରା ୧୮ ବର୍ଷ ବୟସରୁ ରକ୍ତଦାନ କରୁଥିବାବେଳେ କେବଳ ରାଜଧାନୀ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ ବହୁବାର ରକ୍ତଦାନ କରି ଅନେକଙ୍କ ଜୀବନ ବଞ୍ଚାଇଛନ୍ତି। ରାଜଧାନୀର ବିଭିନ୍ନ ଡାକ୍ତରଖାନାରେ ଜରୁରିକାଳୀନ ପରିସ୍ଥିତିରେ ରକ୍ତର ଆବଶ୍ୟକତାକୁ ପୂରଣ କରିଥାନ୍ତି। ଯେ କୌଣସି ସମୟରେ ସେ ବ୍ୟକ୍ତିଗତ କାମ ଛାଡ଼ି ରୋଗୀଙ୍କ ନିକଟରେ ପହଞ୍ଚିଯାଇଥାନ୍ତି।

ପ୍ରତିବର୍ଷ ହାରାହାରି ୩ ଥର ରକ୍ତଦାନ କରୁଥିଲେ ମଧ୍ୟ ଆଜି ଯାଏ ସେଭଳି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇ ନ ଥିବା ସେ କହିଛନ୍ତି। ତେବେ ରାଜ୍ୟ ବାହାରେ ଯଥା ରାଜସ୍ଥାନ, ଜୟପୁର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରେ ଆୟୋଜିତ ବିଭିନ୍ନ ରକ୍ତଦାନ ଶିବରରେ ସେ ରକ୍ତଦାନ କରିଥିବା କହିଛନ୍ତି। ନିକଟରେ ରବିବାର ଶିଖରଚଣ୍ଡୀ-ଇନ୍‌‌ଫୋସିଟି ରାସ୍ତାରେ ଚାଲଇଥିବା ‘ପଥ ଉତ୍ସବ’ରେ ରେଡ୍‌‌କ୍ରସ ପକ୍ଷରୁ ଅନୁଷ୍ଠିତ ହେଉଥିବା ରକ୍ତଦାନ ଶିବରରେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ନିଜେ ରକ୍ତଦାନ କରିବା ସହ ପରିବାର ସଦସ୍ୟମାନେ ମଧ୍ୟ ତାଙ୍କ ଦ୍ୱାରା ପ୍ରେରିତ ହୋଇ ରକ୍ତଦାନ କରୁଥିବା ସେ କହିଛନ୍ତି। ରାଜ୍ୟରେ ରକ୍ତ ଅଭାବ ଦୂର କରିବାକୁ ‘ଓଡ଼ିଶା-ମୋ-ପରିବାର’ ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନକୁ ମଧ୍ୟ ସେ ବହୁ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.