ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ରିସ ହିପକିନ୍ସ ହୋଇପାରନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ ହିପକିନ୍ସ ଲେବର ପାର୍ଟିର ନେତା ଓ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ । ଏହି ପଦ ପାଇଁ ନାମଙ୍କିତ କରାଯାଇଥିବା ପ୍ରାର୍ଥିଙ୍କ ମଧ୍ୟରେ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି ।

ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେରିଣ୍ଡା ଅର୍ଡର୍ନ ୧୯ ଜାନୁୟାରୀରେ ହଠାତ୍ ଇସ୍ତଫା ଦେବାକୁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ଦଳର ବାର୍ଷିକ ବୈଠକରେ ଜେରିଣ୍ଡା କହିଥିଲେ ଏବେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ତାଙ୍କ ପାଖରେ ଆଉ ଶକ୍ତି ନାହିଁ । ଏବେ ଇସ୍ତଫା ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ଭାବେ ଜେରିଣ୍ଡାଙ୍କ କାର୍ଯ୍ୟକାଳ ୭ ଫେବୃୟାରୀରେ ଶେଷ ହେବ ।

Leave A Reply

Your email address will not be published.