ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ୍‌, କହିଲେ-ମିଳିମିଶି କାମ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ସଂସଦ ଭବନରେ ସେଣ୍ଟ୍ରାଲ ହଲରେ ଶପଥ ନେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ମିଳିମିଶି କାମ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

ଆଜି ଦେଶର ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ଭାରତର ପଡ଼ୋଶୀ ତଥା ଶତ୍ରୁ ରାଷ୍ଟ୍ର ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଦ୍ରୌପଦୀଙ୍କ ସହ ରାଜନୈତିକ ବୁଝମଣା ଓ ବିଶ୍ୱାସର ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି ।ଉଭୟଙ୍କ ମଧ୍ୟରେ ସହଯୋଗ ସହ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ କାମ କରିବେ ବୋଲି ଜିନପିଙ୍ଗ କହିଛନ୍ତି। ଦ୍ରୌପଦୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଜିନ ପିଙ୍ଗ କହିଛନ୍ତି ଯେ, ଚାଇନା ଏବଂ ଭାରତ ହେଉଛି ଦୁଇ ଗୁରୁତ୍ୱପୁର୍ଣ୍ଣ ପଡ଼ୋଶୀ ରାଷ୍ଟ୍ର। ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି, ସ୍ଥିରତା ଏବଂ ବିକାଶର ସମ୍ପର୍କ ବିଶ୍ୱ ପରିଚିତ। ଏହି ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ସେ ରାଜି ଅଛନ୍ତି।ଦ୍ୱିପାକ୍ଷିକ ସମ୍ପର୍କକୁ ସଠିକ୍‌ ମାର୍ଗରେ ଆଗକୁ ବଢାଇବା ପାଇଁ ମୁର୍ମୁଙ୍କ ସହ କାର୍ୟ୍ୟ କରିବାକୁ ପ୍ରସ୍ତୁତ ଥିବା ନେଇ ଜିନପିଙ୍ଗ୍‌ କହିଛନ୍ତି।

Leave a comment