ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାଇୱାନକୁ ଯୁଦ୍ଧ ପାଇଁ ଉସୁକାଉଛି ଚୀନ୍ : ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ତୁହାକୁ ତୁହା ଉଡ଼ାଇ ସୃଷ୍ଟି କରୁଛି ଆତଙ୍କ

ତାଇପେଇ : ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ଗସ୍ତକୁ ନେଇ ଚୀନ୍‌ ଏବଂ ତାଇୱାନ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧ କରି ଚୀନ ୩ ତାରିଖରୁ ଯୁଦ୍ଧାଭ୍ୟାସ ଚଲାଇଛି। ପ୍ରଥମ ଦିନ ଶହେରୁ ଊର୍ଦ୍ଧ୍ବ ଯୁଦ୍ଧ ବିମାନ ତାଇୱାନର ଉତ୍ତର, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ସୀମାରେ ଅନୁପ୍ରବେଶ କରିଥିଲା। ଦ୍ବିତୀୟ ଦିନ ୬୮ ଯୁଦ୍ଧ ବିମାନ ଏବଂ ୧୩ ଯୁଦ୍ଧ ଜାହାଜ ଏବଂ ଶନିବାର ୨୦ ଯୁଦ୍ଧ ବିମାନ ତାଇୱାନ ଷ୍ଟ୍ରେଟ୍‌ ଅତିକ୍ରମ କରିଥିଲା। ଏହାର ଜବାବ ଦେବା ପାଇଁ ତାଇୱାନ ନିଜ ବିମାନକୁ ପଠାଇଛି। ଚୀନ୍‌ ଯୁଦ୍ଧାଭ୍ୟାସ ବାହାନାରେ ଆକ୍ରମଣ କରିପାରେ ବୋଲି ତାଇୱାନ ଆଶଙ୍କା ପ୍ରକାଶ କରିଛି। ତେବେ ଏହାକୁ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଖଣ୍ଡନ କରିଦେଇଛନ୍ତି।

ତାଇୱାନ ସେନା ପକ୍ଷରୁ କୁହାଯାଇଛି ଯେ ଚୀନ୍ ତାଇୱାନ ପ୍ରଣାଳୀରେ ନିଜର ଯୁଦ୍ଧଜାହାଜ ଓ ଯୁଦ୍ଧବିମାନ ତୁହାକୁ ତୁହା ଉଡ଼ାଇ ଆତଙ୍କ ସୃଷ୍ଟି କରୁଛି। ଏହା ଯୁଦ୍ଧ ପାଇଁ ଉତ୍ତେଜିତ କରିବାର ସ୍ପଷ୍ଟ ସୂଚନା ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ, ଚୀନ୍‌ର ଅନେକ ଯୁଦ୍ଧ ବିମାନ ଓ ଜାହାଜ ତାଇୱାନ ପ୍ରଣାଳୀରେ ମେଡିଆନ ଲାଇନ୍ ଅତିକ୍ରମ କରିବା ଦେଖାଯାଉଛି। ସେମାନେ ତାଇୱାନର ମୁଖ୍ୟ ଭୂଖଣ୍ଡ ଉପରେ ଆକ୍ରମଣ କରିବାକୁ ମସୁଧା କରୁଥିବା ଅନୁମାନ କରାଯାଉଛି।

ଏ ପରିସ୍ଥିତି‌ରେ ତାଇୱାନ ନିଜ ସେନାକୁ ପ୍ରସ୍ତୁତ ରଖିବା, ନୌଭେଳାଗୁଡ଼ିକ ଦ୍ବାରା ପାଟ୍ରୋଲିଂ କରିବା ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥାକୁ ସଜାଗ ରଖିବା ପାଇଁ ବାଧ୍ୟ ହୋଇଛି। ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ଗସ୍ତ ପରେ ଚୀନ୍ ତାଇୱାନ ସହ ବ୍ୟବସାୟିକ କାରବାର ମଧ୍ୟ ବନ୍ଦ କରିଦେଇଛି। ଏହା ପେଲୋସିଙ୍କ ଉପରେ କଟକଣା ଲଗାଇବା ସହ ଆମେରିକା ସହିତ ପ୍ରତିରକ୍ଷା, ଜଳବାୟୁ ପରିବର୍ତ୍ତନ ଆଦି ଉପରେ କଥାବାର୍ତ୍ତାକୁ ବି ବାତିଲ କରିଦେଇଛି। ଚୀନ୍ ଏପର୍ୟ୍ୟନ୍ତ ତାଇୱାନ ନିକଟ ନିଷିଦ୍ଧ ଜଳଭାଗ ଉପରେ ୭ଟି ଡ୍ରୋନ୍ ଓ ୪୯ଟି ବିମାନ ଉଡ଼ାଇଥିବା ତାଇୱାନ ଦାବି କରିଛି। ତାଇୱାନ ପ୍ରଣାଳୀର ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚୀନ୍ ଚାହୁଛି ବୋଲି ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଚୀନ୍‌ ଶନିବାର ଆମେରିକାକୁ ଧମକ ଦେଇଛି। ତାଇୱାନ ପ୍ରସଙ୍ଗକୁ ବିରାଟ ବଡ଼ ସଙ୍କଟ ନ କରିବାକୁ କହିଛି। ତାଇୱାନ ଷ୍ଟ୍ରେଟର ସ୍ଥିତାବସ୍ଥା ପରିବର୍ତ୍ତନ କରିଥିବା ନେଇ ଆମେରିକା ମିଥ୍ୟା ଅଭିଯୋଗ ଲଗାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ତୁରନ୍ତ ସାମରିକ ଯୁଦ୍ଧାଭ୍ୟାସକୁ ତୁରନ୍ତ ବନ୍ଦ କରିବା ପାଇଁ ଚୀନ୍‌କୁ କହିଛନ୍ତି।

Leave A Reply

Your email address will not be published.