ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ଲୋନିଂରୁ ଜନ୍ମନେଲେ ତିନି ‘ସୁପର୍‌ ଗାଈ’, ପ୍ରତି ଗାଈରୁ ମିଳିବ ଦୈନିକ ୧୪୦ ଲିଟର କ୍ଷୀର

ବେଜିଂ : ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚୀନ୍‌ କ୍ରମାଗତ ଭାବେ ଅଦ୍ଭୂତ ପରୀକ୍ଷଣ କରିବାରେ ଲାଗିଛି। ଏବେ ଚୀନ୍‌ ବୈଜ୍ଞାନିକ କ୍ଲୋନିଂ କରି ତିନୋଟି ‘ସୁପର୍‌ ଗାଈ’ ବନାଇଥିବା ଦାବି କରିଛନ୍ତି। ଏହି ଗାଈ ଦିନକୁ ୧୪୦ ଲିଟର କ୍ଷୀର ଦେବ। ଏହା ନିଜର ଜୀବନକାଳ ଭିତରେ ୧୦୦ ଟନ୍‌ ଅର୍ଥାତ୍‌ ୨ ଲକ୍ଷ ୮୩ ହଜାର ଲିଟର କ୍ଷୀର ଦେବ। ରିପୋର୍ଟ ଅନୁଯାୟୀ ନର୍ଥୱେଷ୍ଟର ୟୁନିଭର୍ସିଟିର ବୈଜ୍ଞାନିକମାନେ ତିନି ଗାଈର ବ୍ରିଡିଂ କରାଇଥିଲେ। ଗତ ୨ ମାସ ଏହି ବାଛୁରୀ ନିଙ୍ଗସିଆ ଅଞ୍ଚଳରେ ଜନ୍ମ ହୋଇଥିଲେ। ଏହି ସବୁ ବାଛୁରୀ ନେଦରଲ୍ୟାଣ୍ଡରୁ ଆସୁଥିବା ହୋଲଷ୍ଟିନ ଫ୍ରିସିୟନ ଗାଈର କ୍ଲୋନିଂ।

ଏହି ପ୍ରକଳ୍ପର ନେତୃତ୍ବ ନେଉଥିବା ବୈଜ୍ଞାନିକ ଜିନ୍‌ ୟାପିଂ କହିଛନ୍ତି ଯେ ଏହି ଗାଈ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଉତ୍ତମ ପ୍ରଜାତିର ଗାଈର କାନରୁ କୋଷିକା ବାହାର କରାଯାଇଥିଲା। ପରେ ଏଥିରୁ ଭ୍ରୁଣ ପ୍ରସ୍ତୁତ କରି ୧୨୦ ଗାଈଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୨ ପ୍ରତିଶତ ଗାଈ ଗର୍ଭଧାରଣ କରିଥିଲେ। ଏବେ ତିନୋଟି ‘ସୁପର ଗାଈ’ର ଜନ୍ମ ହୋଇଛି। ଆଗାମୀ କିଛି ଦିନ ମଧ୍ୟରେ ଆଉ ୧୭.୫ ପ୍ରତିଶତ ବାଛୁରୀ ଜନ୍ମ ହେବେ।

ବୈଜ୍ଞାନିକଙ୍କ ଅନୁଯାୟୀ ଗୋଟିଏ ସୁପର୍‌ ଗାଈ ବର୍ଷକେ ୧୮ ଟନ୍‌ (୧୬.୩ ଲିଟର) କ୍ଷୀର ଦେବ। ଏହା ଆମେରିକାର ସାଧାରଣ ଗାଈଙ୍କ ତୁଳନାରେ ୧.୭ ଗୁଣ ଅଧିକ। ୟାପିଂଙ୍କ ଅନୁଯାୟୀ ଚୀନ୍‌ ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ଏଭଳି ହଜାରେ ସୁପର୍‌ ଗାଈ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଚୀନ୍‌ରେ ପ୍ରତି ୧୦ ହଜାରରୁ ୫ ଗାଈ ନିଜ ଜୀବନକାଳ ମଧ୍ୟରେ ୧୦୦ ଟନ୍‌ କ୍ଷୀର ଦେଉଛନ୍ତି।

Leave A Reply

Your email address will not be published.