ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନ୍‌ର ୯ ସହରରେ ସୁପର ମାର୍କେଟ ବନ୍ଦ, ଡ୍ରାଗନ୍ ଫଳରେ କରୋନା ଭୂତାଣୁ !

ବେଜିଂ : ଦିନକୁ ଦିନ କରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏବେ ଫଳରେ କରୋନା ଭୂତାଣୁ ଚିହ୍ନଟ ହେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି ଘଟଣା ଆଶ୍ଚର୍ଯ୍ୟଜନକ ହେଲେ ମଧ୍ୟ ଚୀନ୍‌ରେ ଏଭଳି ଘଟିଥିବା ଜଣାପଡ଼ିଛି । ଭିଏତନାମରୁ ଚୀନକୁ ଆମଦାନୀ ସୋଇଥିବା ଡ୍ରାଗନ୍ ଫଳରେ କରୋନାର ଭୂତାଣୁ ରହିଥିବା ଚାଇନା ବିଶେଷଜ୍ଞମାନେ ଜାଣିବା ପରେ ଏଠାକାର ୯ଟି ବେଳେ ପ୍ରମୁଖ ସହରରେ ରହିଥିବା ସୁପର ମାର୍କଟକୁ ବନ୍ଦ କରି ଦିଆଯାଇଛି। ଏଥିସହିତ  କ୍ବାରେଣ୍ଟାଇନ ମଧ୍ୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଡ୍ରାଗନ ଫଳ କିଣିଛନ୍ତି ସେମାନଙ୍କ ମଧ୍ୟ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ଝୋଜିୟାଙ୍ଗ ଓ ଜିମାଂଶୀ ଦେଶର ୯ଟି ସହରର ବିଭିନ୍ନ ସୁପର ମାର୍କେଟରେ ବିକ୍ରି ହେଉଥିବା ଡ୍ରାଗନ ଫଳଗୁଡିକୁ ଯାଞ୍ଚ କରିବା ପରେ ସେଥିରୁ କରୋନା ଭୂତାଣୁ ମିଳିଥିବା ଜଣାପଡ଼ିଥିଲା। ଏହାପରେ ବିଦେଶରୁ ଆସୁଥିବା ଖାଦ୍ୟ ଓ ପାନୀୟ ସାମଗ୍ରୀଗୁଡିକର ଯାଞ୍ଚ କଡ଼ାକଡ଼ି କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଡିସେମ୍ବରରେ ମଧ୍ୟ ଭିଏତନାମରୁ ଚୀନକୁ ଆସିଥିବା ଡ୍ରାଗନ୍ ଫଳ ଗୁଡିକରେ କରୋନା ଭୂତାଣୁ ମିଳିଥିଲା ବୋଲି ଜଣାପଡ଼ିଥିଲା। ଏହା ପରେ ୨୬ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଏହି ଫଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତେବେ ଏହା ମଧ୍ୟରେ କୌଣସି ସୂତ୍ରରୁ ଚୀନରେ ପହଞ୍ଚିଥିବା ଡ୍ରାଗନ ଫଳରେ କରୋନା ଭୂତାଣୁ ରହିଥିବା ଜଣାପଡ଼ିବା ପରେ ଚୀନ୍ କର୍ତ୍ତୃପକ୍ଷ ଆମଦାନୀକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି।

Leave A Reply

Your email address will not be published.