ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନରେ ଠାବ ହେଲା ପ୍ରଥମ ଥର ପାଇଁ ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ

ଚୀନ: ମଣିଷ ଦେହରେ ବାର୍ଡ ଫ୍ଲୁ ଭୂତାଣୁ ଠାବ । ଚୀନରୁ ଆସିଲା ପ୍ରଥମ ସଂକ୍ରମଣ ମାମଲା। ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର ଏକ ରିପୋର୍ଟରେ କହିଛି ଯେ,  ଦେଶର ଜିଆଙ୍ଗସୁ ପ୍ରଦେଶରେ H10N3 ପକ୍ଷୀ ଫ୍ଲୁରେ ପ୍ରଥମ ମାନବ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଏହାର ଅର୍ଥ ହେଉଛି H10N3 ପକ୍ଷୀ ଫ୍ଲୁ ସଂକ୍ରମଣ ପ୍ରଥମ ଥର ପାଇଁ ମନୁଷ୍ୟ ଦେହରେ ଚିହ୍ନଟ ହୋଇଛି । ଏହି  ସଂକ୍ରମଣ ଜିଆଙ୍ଗସୁ ପ୍ରଦେଶର ଝୋନଜିଆଙ୍ଗ ସହରର ଜଣେ ୪୧ ବର୍ଷ ବଯସ ପୁରୁଷଙ୍କ ଠାରେ ଠାବ ହୋଇଛି।

କୁହାଯାଇଛି ଯେ,  କୁକୁଡ଼ା ଚାଷ ମାଧ୍ୟମରେ ଏହି ସଂକ୍ରମଣ ବ୍ୟାପିଛି ଏବଂ କିନ୍ତୁ ଏହାର ପ୍ରଭାବ ମଣିଷ ଠାରେ ବହୁତ କମ୍ ଅଟେ। ଆୟୋଗର ଅଫିସିଆଲ ୱେବସାଇଟରେ ଲେଖାଯାଇଥିବା ବିବୃତ୍ତି ଆଧାରରେ ଏହି ସୂଚନା ପ୍ରକାଶ ପାଇଛି। ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ଯନ୍ତ ବିଶ୍ୱରେ H10N3 ପକ୍ଷୀ ଫ୍ଲୁରେ ମାନବ ସଂକ୍ରମଣର କୌଣସି ରିପୋର୍ଟ ହୋଇନାହିଁ।

ଉକ୍ତ ବ୍ୟକ୍ତିଙ୍କୁ ୨୮ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଆୟୋଗ ସୂଚନା ଦେଇଛନ୍ତି। ପ୍ରଥମେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ବ୍ୟକ୍ତିଙ୍କ ଠାରେ ଦେଖାଯାଇଥିଲା। ଏକ ମାସ ପରେ ଅର୍ଥାତ୍ ମେ ୨୮ ରେ, ବ୍ୟକ୍ତିଙ୍କ ମଧ୍ୟରେ H10N3 ପକ୍ଷୀ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିଥିଲା ତେବେ ଏହି ଭୂତାଣୁ ବିପଦ ଏପର୍ଯ୍ଯନ୍ତ ସେତେ ଅଧିକ ନୁହେଁ ବୋଲି ଆୟୋଗ କହିଛନ୍ତି।

ଏଥି ସହିତ ଆକ୍ରାନ୍ତଙ୍କ ଅବସ୍ଥା ସ୍ୱାଭାବିକ ରହିଛି। ତାଙ୍କ ଅବସ୍ଥା ସ୍ଥିର ରହିଛି, ଖୁବ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଏଥି ସହିତ, ଏହି ସଂକ୍ରମଣ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କଠାରେ ଦେଖିବାକୁ ମିଳିନାହିଁ।

Leave A Reply

Your email address will not be published.