ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍, ହୋଇପାରେ ନୁଆ ଭାଇରସର ଜନ୍ମ !

ବର୍ତ୍ତମାନର ମହାମାରୀ ପାଇଁ ସାରା ବିଶ୍ୱର ନଜର ଏବେ ଚୀନ୍ ଉପରେ । ଯାହା ଚୀନ୍ ର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । କିନ୍ତୁ ଏସବୁ ଭିତରେ ଜଣେ ବିଶେଷଜ୍ଞ ତଥା ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚୀନ୍ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ କିଛି କମ୍ ହେବନି । ବେକର ଆହୁରୀ ମଧ୍ୟ ଦାବା କରୁଛନ୍ତି କି ଚୀନ ସବୁବେଳେ କିଛି ଏମିତି ଓଲଟପାଲଟ ପରୀକ୍ଷଣ କରିଥାଏ ଯାହାକୁ ଦୁନିଆର ଆଉ କେଉଁଠି ପରୀକ୍ଷା କରିବାକୁ ଅନୁମତି ମିଳିନଥାଏ ।

ଯେବେଠାରୁ ଗ୍ଲୋବାଲ ବାୟୋଟେକ ବିନିଯୋଗ ବୃଦ୍ଧି ପାଇଛି ସେବେଠାରୁ ଚୀନର ଅନୁସନ୍ଧାନକାରୀ ମାନେ ପଶୁମାନଙ୍କ ଉପରେ ଅଧିକ ମାତ୍ରାରେ ପରୀକ୍ଷଣ କରୁଛନ୍ତି । ତାସହ ନୂଆ ଜୈବିକ ଅସ୍ତ୍ର ତିଆରି ପାଇଁ ଚୀନ୍ ଜୀବମାନଙ୍କ ଉପରେ ଅଧ୍ୟୟନ କରୁଛି । ଚୀନ୍ ସରକାର ବେଟ୍ ଭାଇରସ, ଇବୋଲା ଭାଇରସ୍‌,ମାରବର୍ଗ ଭଳି ଅନେକ ଭାଇରସ ର ପରୀକ୍ଷଣ କରି ଦୁନିଆ ପାଇଁ ବିପଦ ସୃଷ୍ଟି କରିଛି । ହେଲେ ଏ ସମ୍ବନ୍ଧରେ ଚୀନ ସରକାର କେବେ ବି ସତ ସ୍ୱିକାର କରିନାହାନ୍ତି । ପତ୍ରକାରଙ୍କ କହିବା ଅନୁସାରେ ଚୀନ୍ କେବଳ ଜୀବଜନ୍ତୁଙ୍କ ଉପରେ ନୁହେଁ ବରଂ ମଣିଷଙ୍କ ଉପରେ ବି ବେଆଇନ ପରୀକ୍ଷଣ କରୁଛି । ଯାହାର ସନ୍ଧାନ ପାଇବାକୁ ହେଲେ ଚୀନ ର ଗୁପ୍ତ ଲ୍ୟାବ ଗୁଡିକର ରିସର୍ଚ କରିବାକୁ ହେବ । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣାପଡିବ ଯେ ମଣିଷଙ୍କ ଭିତରେ କେଉଁଭଳି ପଶୁଙ୍କର ଜୀନ ଅଦଳବଦଳ କରୁଛି ଚାଇନା ।

ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିକେନ ଚୀନ କୁ କଡା ଚେତାବନୀ ଦେଇ କହିଛନ୍ତି । ଯଦି କରୋନା ଭାଇରସ ର ମୂଳ ଉତ୍ପତି ବିଷୟରେ ଜାଣିବାରେ ଚାଇନା ସାହାଯ୍ୟ ନ କରେ ତେବେ ଆର୍ନ୍ତଜାତୀୟ ସ୍ତରରେ ତା ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାବତ୍ ଚୀନ୍ ଅନୁସନ୍ଧାନକାରୀ ଟିମ କୁ ଭାଇରସ ବିଷୟରେ ଯାଂଚ କରିବାକୁ ଭଲଭାବରେ ଅନୁମତି ଦେଉନାହିଁ । ବ୍ଲିକେନ କହିଛନ୍ତି ଖୁବ୍ ଶିଘ୍ର ଚୀନ୍ ଅନ୍ତରାଷ୍ଟ୍ରିୟ ଗବେଷକଙ୍କୁ ଯାଂଚ ପାଇଁ ଏଣ୍ଟ୍ରି ଦେଉ ଓ ସବୁ ସୂଚନା ଭଲଭାବରେ ଦେଉ ।

Leave A Reply

Your email address will not be published.