ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନ୍ ଟାର୍ଗେଟରେ ଭାରତର ପାଓ୍ୱାର ଗ୍ରୀଡ ସେଣ୍ଟର

ଲଦାଖ: ଚୀନ୍ ଟାର୍ଗେଟରେ ଭାରତର ପାଓ୍ୱାର ଗ୍ରୀଡ ସେଣ୍ଟର। ଲଦାଖର ବିଦ୍ୟୁତ୍ ବିତରଣ କେନ୍ଦ୍ର ଉପରେ ଚୀନର ସାଇବର ଆଟାକ ପାଇଁ ପ୍ରୟାସ କରିଥିବା ଜଣାପଡ଼ିଛି। ଚୀନର ସରକାରୀ ହାକର୍ସମାନେ ଲଦାଖସ୍ଥିତ ଭାରତୀୟ ବିଦ୍ୟୁତ୍ ବିତରଣ କେନ୍ଦ୍ରଗୁଡ଼ିକ ଉପରେ ସାଇବର ଆଟାକ କରିଥିବା ରିପୋର୍ଟ ଦେଇଛି ଅନଲାଇନ ଇଣ୍ଟେଲିଜେନ୍ସ ଗ୍ରୁପ । ଦୁନିଆର ସବୁଠୁ ବଡ଼ ଇଣ୍ଟେଲିଜେନ୍ସ ଏହି ରିପୋର୍ଟ ଦେଇଛି ।

ଏହି ରିପୋର୍ଟରେ କହୁଯାଇଛି ଯେ, କିଛି ମାସ ତଳେ ଆମେ ଅତି କମରେ ୭ଟି ଇଣ୍ଡିଆନ୍ ଷ୍ଟେଟ୍‌ ଲୋଡ୍ ଡେସପ୍ୟାଚ୍ ସେଣ୍ଟରର ସାମ୍ଭାବ୍ୟ ନେଟଓ୍ୱାର୍କକୁ ଟାର୍ଗେଟ କରି ହ୍ୟାକର୍ସମାନେ ପ୍ରବେଶ କରିଥିବା ଜାଣିବାକୁ ପାଇଛି । ଏ ସମ୍ପର୍କରେ ଇଣ୍ଟେଲିଜେନ୍ସ ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଭାରତ ସରକାରଙ୍କୁ ଅବଗତ କରାଇ ସାରିଛି ।

୨୦୨୧ ଅଗଷ୍ଟରୁ ମାର୍ଚ୍ଚ ମଧ୍ୟରେ ଏହି ଆଟାକ କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚାଇନିଜ ହ୍ୟାକର ଏଭଳି କରିଛନ୍ତି ବୋଲି ରିପୋର୍ଟ ମିଳିଛି। ପୂର୍ବରୁ RedEcho ଗ୍ରୁପ ହ୍ୟାକ କରୁଥିବା ବେଳେ ଏବେ ଟ୍ୟାଗ-୩୮ର ନାଁ ସାମ୍ନାକୁ ଆସିଛି। ଭାରତ ବିରୋଧରେ ଚୀନ ହ୍ୟାକର୍ସଙ୍କର ଏହା ବିରାଟ ଷଡ଼ଯନ୍ତ୍ର ହୋଇପାରେ ବୋଲି ଏହି ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି ।

Leave A Reply

Your email address will not be published.