ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚୀନ୍‌ରେ ଯାତ୍ରୀବାହୀ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ୧୩୩ ଯାତ୍ରୀ

ବେଜିଂ: ଚୀନରେ ଏକ ବଡ ଧରଣର ବିମାନ ଦୁର୍ଘଟଣା ଘଟିଛି । ବୋଇଙ୍ଗ ୭୩୭ ଇଷ୍ଟର୍ଣ୍ଣ ବୋଇଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ପାହାଡ ଉପରେ ଖସିପଡିଛି । ଏଥିରେ ୧୩୩ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାର କାରଣ ଏବଂ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ।

ସୂଚନା ଅନୁସାରେ, ଏହି ବୋଇଙ୍ଗ ୭୩୭ ବିମାନଟି ଆଜି ଜୁନମିଙ୍ଗରୁ ଗୁଆଙ୍ଗଝୋକୁ ଉଡାଣ ଭରିଥିଲା । ହେଲେ ଯିବା ବାଟରେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖଯିବା କାରଣରୁ ବିିମାନଟି ନିୟନ୍ତ୍ରଣ ହରାଇ ଏକ ସୁଉଚ୍ଚ ପାହାଡରେ ପିଟି ହୋଇଯାଇଥିଲା । ଚାହୁଁ ଚାହୁଁ ବିମାନରେ ନିଆଁ ଲାଗିଯାଇଥିଲା । ସେଠାରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିବାବେଳେ ଏଯାଏଁ ମୃତକଙ୍କ ନେଇ କୌଣସି ସୂଚନା ମିଳିପାରିନାହିଁ ।

ଚାଇନାର ସରକାରୀ ଟିଭି ଚ୍ୟାନେଲ ସିସିଟିଭି ରିପୋର୍ଟ ଅନୁଯାୟୀ, ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି।

Leave A Reply

Your email address will not be published.