ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଏସସିବିରେ ଶିଶୁ ଚୋରି ଘଟଣାର ନୂଆମୋଡ: ଚୋରି ନୁହେଁ ହୋଇଥିଲା ଅଦଳବଦଳ

କଟକ: କଟକ ଏସସିବିରେ ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି। ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି। ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା। ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ ଏ ସମ୍ପର୍କରେ ଖୋଳତାଡ଼ ହେବାରୁ ପ୍ରସୂତୀ ଜଣକ ଶିଶୁକନ୍ୟାକୁ ନେଇ ଏସସିବି ଆସୁଥିବା ଜଣାପଡ଼ିଛି । ପୂର୍ବରୁ ଏସସିବିରେ ଶିଶୁ ଚୋରି ନେଅ ଅଭିଯୋଗ ହୋଇଥିଲା । ପୁରୀ ଗଡ଼ସାହି ଚନ୍ଦନପୁର ତିଳତ୍ତମା ବିଶ୍ବାଳ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଆଜି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.